ନିମ୍ବ ପତ୍ରର ଏହି ସବୁ ଫାଇଦା ଜଣାନ୍ତୁ….

ଏହା ଚର୍ମରେ ପ୍ରାକୃତିକ ତେଲର ସନ୍ତୁଳନ ବଜାୟ ରଖେ….

ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିଥାଏ। ନିମ୍ବ ପତ୍ରରେ ଫ୍ୟାଟି ଏସିଡ୍, ଲିମୋନୋଏଡ୍, ଭିଟାମିନ୍-ଇ, ଆଣ୍ଟିଅକ୍ସିଡାଣ୍ଟ ଏବଂ କ୍ୟାଲସିୟମ୍ ରହିଥାଏ। ଯାହାକି ଚର୍ମ ସମସ୍ୟାକୁ ଦୂର କରିବା ପାଇଁ ଏକ ପ୍ରଭାବଶାଳୀ ଚିକିତ୍ସା ହୋଇପାରେ । ନିମ୍ବ ପତ୍ରକୁ ଉଷୁମ ପାଣିରେ ପକାଇ ଏଥିରେ ସ୍ନାନ କରନ୍ତୁ । ଏହା ଦ୍ବାରା ଚର୍ମ ସମସ୍ୟା ଦୂର ହୋଇଥାଏ।

ନିମ୍ବ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ସ୍ନାନ କରିବା ଦ୍ବାରା ଚର୍ମରୁ ଶୁଷ୍କତା ଦୂର ହୋଇଥାଏ। ସାବୁନ ଏବଂ ବଡ଼ି ୱାସର ଆବଶ୍ୟକତା କମ୍ ହୋଇଥାଏ। ଏହା ଚର୍ମରେ ପ୍ରାକୃତିକ ତେଲର ସନ୍ତୁଳନ ବଜାୟ ରଖେ । ନିମ୍ବ ପାଣି ମୁଣ୍ଡରେ ରୂପି ହୋଇଥି‌ଲେ ତାହାକୁ ବି ଦୂର କରିଥାଏ।

ଏବଂ ଏହା ଚର୍ମ ସଂକ୍ରମଣର ସମସ୍ୟାକୁ ବି ଦୂର କରିଥାଏ।ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ନିମ୍ବ ତେଲ ମଧ୍ୟ ବ୍ୟବହାର କରାଯାଇପାରେ । ଏହାଦ୍ୱାରା ଚର୍ମର ଶୁଷ୍କତା ସମସ୍ୟା ଦୂର ହୋଇଥାଏ।