ବୌଦ୍ଧ ଜ଼ିଲ୍ଲାରେ ପ୍ରାଥମିକ ଶିକ୍ଷକ ସଂଘ (NPS) ର ଗୁରୁତ୍ୱ ପୂର୍ଣ୍ଣ ବୈଠକ

ମସ୍ତ ଶିକ୍ଷଙ୍କୁ ଏକତ୍ରିତ କାରି ରାଜ୍ୟ ସ୍ତରୀୟ ରାଲି କୁ ସୁଫଳ କରିବାକୁ ଆହ୍ୱାନ ଦିଆଯାଇଥିଲା….

ବୌଦ୍ଧ : ଆଜି ଜହ୍ନlପଙ୍କ ସ୍ଥିତ ଆନନ୍ଦମାର୍ଗ ଆଶ୍ରମ ପରିସରରେ ରେ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS)ବୌଦ୍ଧ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟ ଉପ -ସଭାପତି ଶ୍ରୀ ଶମ୍ଭୁ ଗିରି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଜ଼ିଲ୍ଲା ସମ୍ପାଦକ ଶ୍ରୀ ମହେଶ ସେଠି ପୂର୍ବ ବିବରଣୀ ପାଠ କରିବା ସହ ବୈଠକ ର କାର୍ଯ୍ୟସୂଚୀ ସମ୍ପର୍କ ରେ ସୂଚନା ଦେଇଥିଲେ l ବୈଠକ ରେ ଜ଼ିଲ୍ଲା ଉପସଭାପତି ବସନ୍ତ କୁମାର ବିଶ୍ୱାଳ,ବୌଦ୍ଧ ବ୍ଲକ ସଭାପତି ଶ୍ରୀ ରାଜକୁମାର ପ୍ରଧାନ,ଉପଦେଷ୍ଟା ହୃଦାନନ୍ଦ ପ୍ରଧାନ,ଉପସଭାପତି ପ୍ରତାପ କୁମାର ବେହେରା, ସମ୍ପାଦକ ଉତ୍ତମ ନାଏକ, କୋଷାଧକ୍ଷ ସୁଶାନ୍ତ କୁମାର ପଣ୍ଡା,ହରଭଙ୍ଗା ବ୍ଲକ ସମ୍ପାଦକ ବାମଦେବ ଦାସ, କୋଷାଧକ୍ଷ ପ୍ରସନ୍ନ କୁମାର ଭୋକ୍ତା, କାର୍ଯ୍ୟକାରୀ ସଭାପତି ଅଜୟ କୁମାର ମିଶ୍ର ପ୍ରମୁଖ ବକ୍ତବ୍ୟ ରଖି ବ୍ଲକ ସ୍ତରୀୟ ସଂଗଠନ କୁସୁଦୃଢ କରିବା ପାଇଁ ଆଞ୍ଚଳିକ ସ୍ତରରେ ସଂଯୋଜକ ମନୋନୟନ କରିବାକୁ ମତାମତ ପ୍ରଦାନ କରାଯାଇଥିଲା l

୧୩ ଓ ୧୬ ତାରିଖ ରେ ଭୁବନେଶ୍ୱର ଓ ସମ୍ବଲପୁର ଥିବା ରାଜ୍ୟ ସ୍ତରୀୟ ବୈଠକ ରେ ଯୋଗଦାନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା l ସମସ୍ତ ଶିକ୍ଷଙ୍କୁ ଏକତ୍ରିତ କାରି ରାଜ୍ୟ ସ୍ତରୀୟ ରାଲି କୁ ସୁଫଳ କରିବାକୁ ଆହ୍ୱାନ ଦିଆଯାଇଥିଲା l କଣ୍ଟାମାଲ ବ୍ଲକ ର NPS ଶିକ୍ଷକ ସଂଘ ପୁନର୍ଗଠନ ପରେ ଶୀଘ୍ର ଜ଼ିଲ୍ଲା ସଂଘ ପୁନର୍ଗଠନ ପାଇଁ ପ୍ରସ୍ତାବ ଗୃହୀତ ହେଲା l

ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ର ରାଜ୍ୟ ଉପସଭାପତି ଭାବେ ଶ୍ରୀ ଶମ୍ଭୁ ଗିରି ଙ୍କୁ ପୁନର୍ବାର ମନୋନୀତ ହୋଇଥିବାରୁ ଜ଼ିଲ୍ଲା ଓ ବ୍ଲକ ତରଫରୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ ବୈଠକ ରେ ଅନ୍ୟାନ୍ୟ କର୍ମକର୍ତ୍ତା ସନ୍ତୋଷ କୁମାର ମଳିକ, ନିରଞ୍ଜନ ମେହେର, କାନ୍ହୁ ଚରଣ ସେଠି, ଦୁର୍ଗା ମାଧବ ଆଚାର୍ଯ୍ୟ, ଶବର ସେଠି, ତୁଲେଶ୍ୱର ମେହେର, ଅଭିମନ୍ୟୁ ଭୋଇ ପ୍ରମୁଖ ଉପସ୍ଥିତ ରହି ମତ ପ୍ରକାଶ କରିଥିଲେ l