‘ପଠାନ୍‌’ର କ୍ରେଜ୍‌କୁ ଦେଖି ବୟକଟ୍‌ ପାର୍ଟିକୁ ଶକ୍ତ ଚାପୁଡ଼ା

ଭାରତୀୟ ଫିଲ୍ମ ଇତିହାସରେ ବଡ ଓପନିଂ କଲେକ୍ସନର ରେକର୍ଡ ଫିଲ୍ମ ପଠାନ୍‌ ୫୪ କୋଟି ଟଙ୍କାର ବ୍ୟବସାୟ କରିଛି..

ଜୋରଦାର ବିବାଦ ଭିତରେ ବି ଜାରି ରହିଛି ‘ପଠାନ୍‌’ ଚଳଚିତ୍ରର କ୍ରେଜ୍‌ । ପଠାନ୍‌ର ଧମାକେଦାର୍‌ ଏଣ୍ଟ୍ରି ଲୋକଙ୍କ ହୋସ୍‌ ଉଡାଇ ଦେଇଛି। ପଠାନ୍‌କୁ ଦେଖି ହଲ୍ ଭିତରେ ଫ୍ୟାନ୍‌ମାନେ ଖୁସିରେ ପାଗଳ। ଉତ୍ସାହ କହିଲେ ନ ସରେ । ସବୁଆଡେ ଉତ୍ସବର ମାହୋଲ। କେଉଁଠି ବ୍ୟାଣ୍ଡ ବାଜା ଲଗାଇ ନାଚୁଛନ୍ତି ଦର୍ଶକ ତ କେଉଁଠି ବାଣ ଫୁଟୁଛି । ଏପରିକି ବୟକଟ୍‌ ପାର୍ଟିକୁ ପଠାନ୍‌ ଦେଇଛି ଶକ୍ତ ଚାପୁଡ଼ା।

ରୋମାନ୍ସର କିଙ୍ଗ ଶାହରୁଖ ଖାନ୍‌ ଦୀର୍ଘ ୪ ବର୍ଷ ପରେ ସିଲ୍‌ଭର ସ୍କ୍ରିନ୍‌କୁ କମ୍‌ବ୍ୟାକ୍ କରିଛନ୍ତି । ଶାହାରୁଖଙ୍କ ନୂଆ ଲୁକ୍‌ ଦେଖି ଫ୍ୟାନ୍‌ମାନେ ପାଳଗ ହୋଇଯାଇଛନ୍ତି। ହଲ୍‌ ଭିତରେ ଓ ବାହାରେ ମଧ୍ୟ ଖଚାଖଚ ଭିଡ ଜମିଛି। ପ୍ରଥମ ଦିନରେ ହିଁ ଅନେକ ରେକର୍ଡ ଭାଙ୍ଗିଛି ଫିଲ୍ମ ପଠାନ୍‌। ଏଥର ସେ ପଠାନ୍‌ ସାଜି ରୋମାନ୍ସ ବଦଳରେ ଦେଖାଇଛନ୍ତି ଜୋରଦାର ଆକ୍ସନ। ଫାଷ୍ଟ ଡେ’ ଫାଷ୍ଟ ଶୋ’ରେ ଫିଲ୍ମଟି ବକ୍ସଅଫିସ୍‌ରେ କରିଛି ରେକର୍ଡ ବ୍ୟବସାୟର ବର୍ଷା ।

୫୪ କୋଟି ଟଙ୍କାର ବ୍ୟବସାୟ ନେଇ ଏଣ୍ଟ୍ରି କରିଛି ଶାହରୁଖଙ୍କ ଫିଲ୍ମ ପଠାନ୍‌। ଏହି ବ୍ୟବସାୟ ସହ ଫିଲ୍ମଟି ସବୁଠୁ ବଡ ନନ୍‌ ହଲିଡେ’ ଓପନର୍‌ ଫିଲ୍ମ ଭାବେ ରେକର୍ଡ କରିଛି। ଗତବର୍ଷର ବ୍ଲକବଷ୍ଟର ଫିଲ୍ମ କେଜିଏଫ୍‌ ଚାପ୍ଟର-୨କୁ ପଛରେ ପକାଇ ଦେଇଛି। ପ୍ରଥମ ଦିନରେ ୫୩.୯୪ କୋଟି ଟଙ୍କାର ବ୍ୟବସାୟ କରିଥିଲା ୟଶ୍‌ଙ୍କ ‘କେଜିଏଫ୍‌ ଚାପ୍ଟର-୨’ ଫିଲ୍ମ ଫାଷ୍ଟ ଡେ’ରେ ହିଁ ସମସ୍ତ ହିନ୍ଦୀ ଫିଲ୍ମର ରେକର୍ଡ ଭାଙ୍ଗି ଦେଇଥିଲା।