ଆମ ହାଣ୍ଡିଶାଲଳ ର ବୁଟ ଆଳୁ ତରକାରି

ଆବଶ୍ୟକ ସାମଗ୍ରୀ: ବୁଟଡାଲି, ଆଳୁ, କଖାରୁ, ପିଆଜ, ହଳଦିଗୁଣ୍ଡ, ଜିରାଗୁଣ୍ଡ, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ, କରି ପାଉଡର, ଗରମମସଲା, ଶୁଖିଲାଲଙ୍କା, ଫୁଟଣ, ଅଦାବଟା, ରସୁଣବଟା, ଅଳ୍ପ ପରିମାଣର ଧନିଆପତ୍ର, ଆବଶ୍ୟକ ଅନୁଯାୟୀ ତେଲ ଏବଂ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଡାଲିକୁ ଭଲ କରି ଧୋଇ ଲୁଣ ଓ ହଳଦି ପକାଇ ଅଧା ସିଝାଇ ଦିଆଯାଏ ।

>ପରେ ଆଳୁ ଓ କଖାରୁକୁ କାଟି ଭଲ କରି ଧୋଇ ବୁଟ ଡାଲିରେ ପକାଇ ପୂରା ସିଝାଇ ଦିଆଯାଏ । ତା’ପରେ କଡେଇରେ ତେଲ ପକାଇ ଶୁଖିଲା ଲଙ୍କା ଓ ଫୁଟଣକୁ ପକାଯାଏ ।

>ଫୁଟଣ ଫୁଟିଗଲେ କଟା ପିଆଜ, ଅଦାବଟା ଓ ରସୁଣବଟା ପକାଇ ଘଣ୍ଟାଯାଏ । ସେଥିରେ ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ ଓ କରି ପାଉଡରକୁ ପକାଇ ଦିଆଯାଏ ।

>କିଛି ସମୟ ପରେ ମସଲା କଷି ହୋଇଗଲେ ସେଥିରେ ସିଝା ଯାଇଥିବା ବୁଟ, ଆଳୁ, କଖାରୁକୁ ପକାଇ ଦିଆଯାଏ । ତରକାରି ଫୁଟିଗଲା ପରେ ଚୁଲିରୁ କାଢ଼ି ସେଥିରେ ଗରମମସଲା ଓ ଧନିଆପତ୍ର ପକାଇ ଘୋଡ଼ାଇ ଦିଆଯାଏ । ଏବେ ବୁଟ ଆଳୁ ତରକାରି ପ୍ରସ୍ତୁତ ସଂପୂଣ୍ଣ ହୋଇଗଲା।