ନାଥୁରାମ ବିନାୟକ ଗୋଡ଼ସେ; ମୁଁ ଗାନ୍ଧୀଙ୍କୁ କାହିଁ ମାରିଲି ??

ପ୍ରଥମେ ପ୍ରଣାମ କଲି ପରେ ଗୁଳି କଲି.. ..

କେବଳ ଏକ ବ୍ୟକ୍ତି ନୁଁହେ ବରଂ ଛଦ୍ମ #ଧର୍ମନିରପେକ୍ଷ ଭାରତ ଇତିହାସ ତଳେ ଲୁକାଇତ, ସହସ୍ର ବର୍ଷ ପାଇଁ #ହିନ୍ଦୁରାଷ୍ଟ୍ର କୁ ରକ୍ଷା କରିବାର ଏକ ଅକୁହା ବିଚାରଧାରା । କେହି କୁହନ୍ତି ସେ ପାପୀ, କେହି କୁହନ୍ତି ସେ ପୁଣ୍ୟ । ଏକଥା ସତ୍ୟ, ଇତିହାସ କହୁଛି ବିର୍ଲା ମନ୍ଦିର ପ୍ରାର୍ଥନା ସଭାରେ ସେ ହିଁ #ଗାନ୍ଧିଜୀ ଙ୍କୁ ହତ୍ୟା କରିଥିଲେ, କିନ୍ତୁ କାହିଁକି ??? ଏ ପ୍ରଶ୍ନରେ ଇତିହାସ ନିରବ ,କଂଗ୍ରେସ ନିରବ, ଗାନ୍ଧିବାଦୀ ବୁଦ୍ଧିଜୀବୀ ନିରବ। ଆମ ଇତିହାସ ଜାଣିବାକୁ କଣ ଆମର ଅଧିକାର ନାହିଁ ? ଏଥି ପାଈଁ ଦାୟୀ କିଏ ???

ଆସନ୍ତୁ ଜାଣିବା ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ନ୍ୟାଳୟରେ ପ୍ରଦାନ କରିଥିବା ସେଦିନର ଶେଷ ଉକ୍ତି .. .. .. … ଯାହା ତାଙ୍କ ଭାଇ ଗୋପାଳ ଗୋଡ଼ସେ ଦ୍ୱାରା ଲିଖିତ, “ମୁଁ ଗାନ୍ଧୀଙ୍କୁ କାହିଁକୀ ମାରିଲି….?????
ସେଦିନ ଥିଲା ୧୯୪୯ ନଭେମ୍ବର ୮, ପଞ୍ଜାବ ଉଚ୍ଚ ଉଚ୍ଚ ନ୍ୟାୟାଳୟ ରେ ଗାନ୍ଧୀ ହତ୍ୟାର ଶୁଣାଣି ଚାଲିଥାଏ। ବାଦୀ ପ୍ରତିବାଦୀ ଓକିଲଙ୍କୁ ଶୁଣିଲା ପରେ , ଫାଶୀ ଦଣ୍ଡ ଶୁଣାଇବା ପୂର୍ବରୁ ବିଚାରପତି ମହୋଦୟ ଅଭିଯୁକ୍ତ ଗୋଡ଼ସେ ଙ୍କୁ କହିଲେ ନିଜ ପକ୍ଷ ବା ଶେଷ ଇଛା ପ୍ରକାଶ କରିବାକୁ। କୌଣସି ଗ୍ଲାନି ଓ ପଶ୍ଚାତପ ବିନା
ନିର୍ଭୟ ଓ ବୀରତ୍ବର ସହ ସେ କହିବାକୁ ଲାଗିଲେ…  ….  …

ଗୋଟିଏ କୁଳିନ ବ୍ରାହ୍ମଣ ପରିବାର ଓ ଏ ପବିତ୍ର ଭୂମିରେ ଜନ୍ମ ହୋଇଥିବାରୁ ସ୍ୱାଭାବିକ ଭାବେ ମୁ ଜଣେ ହିନ୍ଦୁ ଓ ହିନ୍ଦୁ ଧର୍ମ ସଂସ୍କୃତି ର ପୂଜକ। ଜଣେ ନୈଷ୍ଟିକ #ହିନ୍ଦୁ ଭାବେ ମୁ ସର୍ବଦା ଗର୍ବ କରେ। ଯେବେ ମୁ ବଡ଼ ହେଲି ହିନ୍ଦୁତ୍ୱର ମହାନତା କୁ ବୁଝିଲି। ମୁକ୍ତ ବିଚାର ଦ୍ୱାରା ହିନ୍ଦୁ ଧର୍ମରେ ଥିବା କିଛି କୁସଂସ୍କାର , ଅନ୍ଧ ବିଶ୍ୱାସ, #ଅସ୍ପୃଶ୍ୟତା, ଉଚ୍ଚ ନୀଚ, ଜାତି ଭେଦ କୁ ବିରୋଧ କଲି। ସେଥିପାଇଁ ପ୍ରଥମେ ଗାନ୍ଧୀଜୀଙ୍କୁ ଗୁରୁ ରୂପେ ସ୍ୱୀକାର କରି ତାଙ୍କ ସାମାଜିକ ସଂସ୍କାର ଓ #ସ୍ୱାଧୀନତା ଆନ୍ଦୋଳନ ରେ ଭାଗ ନେଲି। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟାଗ୍ରହ ଆନ୍ଦୋଳନ ରେ ମୁ ପ୍ରଥମେ ବନ୍ଦୀ ହେଲି। ହିନ୍ଦୁ ମହା ସଭାର ସଦସ୍ୟ ଭାବେ ଜାତିବାଦ ଓ ଅସ୍ପୃଶ୍ୟତା ବିରୋଧରେ ଜନ ଜାଗରଣ କଲି, ମୋ ମତରେ ଜାତି ବର୍ଣ ନିର୍ବିଶେଷରେ ସମସ୍ତ ହିନ୍ଦୁଙ୍କ ଧାର୍ମିକ ଓ ସାମାଜିକ ଅଧିକାର ସମାନ। ନିଜର ଯୋଗ୍ୟତା ଅନୁସାରେ ଜଣେ ଉଚ୍ଚ ନୀଚ ହୋଇପାରେ କିନ୍ତୁ ଜନ୍ମ ଆଧାରରେ ନୁଁହେ। ଅସ୍ପୃଶ୍ୟତା ଓ #ଜାତିଭେଦ କୁ ମୂଳୋତ୍ପାଟନ କରିବା ପାଇଁ ମୁଁ ସହଭୋଜି କାର୍ଯ୍ୟକ୍ରମ ଆୟୋଜନ କରି ହଜାର ହଜାର ଶୁଦ୍ର,ବୈଶ୍ୟ,କ୍ଷେତ୍ରୀୟ ଓ ବ୍ରାହ୍ମଣ ଙ୍କୁ ଏକତ୍ର କରାଉଥିଲି। ଆମେ ଜାତି ଭେଦ ବନ୍ଧନକୁ ଭାଙ୍ଗି ଏକ ହେଲୁ।

ମୁଁ ହିନ୍ଦୁ ଶାସ୍ତ୍ର, ରାମାୟଣ, ମହାଭାରତ ଓ ଭଗବତ ଗୀତା କୁ ଅଧ୍ୟୟନ କରିଛି, ଯୋଉଠି କୌଣସି ଛୁଆଁ ଅଛୁଆ ବା ଜନ୍ମ ଅଧାରରେ ଜାତିବାଦ ର ଉଲ୍ଲେଖ ନାହିଁ। ମୁ ରାବଣ, ଚାଣକ୍ୟ, ଦାଦା ଭାଇ ନାରୋଜି, ବିବେକାନନ୍ଦ, ଗୋଖଲେ, ତିଲକଙ୍କ ଜୀବନୀ ଓ ସେମାନଙ୍କ ଲେଖା ପଢ଼ିଛି, ଭାଷଣ ଶୁଣିଛି। ଭାରତ ତଥା ଇଂଲଣ୍ଡ, ଆମେରିକା, ଫ୍ରାନ୍ସ, ଋଷର ପ୍ରାଚୀନ ଓ ବୈପ୍ଳବିକ ଇତିହାସ ପଢ଼ିଛି। ଏହାଛଡା ମାର୍କସବାଦ ଓ ସମାଜବାଦ ସିଦ୍ଧାନ୍ତକୁ ବି ଅଧ୍ୟୟନ କରିଛି। କିନ୍ତୁ ସର୍ବୋପରି ଗାନ୍ଧିଜୀ ଓ #ବୀରସବରକର ଙ୍କ ସିଦ୍ଧାନ୍ତ, ଲେଖା ଓ ଭାଷଣ ମୋତେ ବହୁ ପ୍ରଭାହିତ କରିଛି। କାରଣ ଏ ଦୁଇ ମହାପୁରୁଷ ଙ୍କ ବିଚାରଧାରା ମାତ୍ର ତିରିଶ ବର୍ଷରେ ଏତେ ବଡ଼ ରାଷ୍ଟ୍ର ର ତିରିଶ କୋଟି ଜନସାଧାରଣ ଙ୍କୁ ଏକ ଓ ଜାଗ୍ରତ କରିବାରେ ମୁଖ୍ୟ ଭୂମିକା ରହିଛି।

ଏ ସବୁ ଅଧ୍ୟୟନ ଓ ଚିନ୍ତନ ଦ୍ୱାରା ମୋର ଦୃଢ଼ ବିଶାସ ହେଲା ଯେ ଏ ପବିତ୍ର ଭୂମି ଭାରତ ବର୍ଷକୁ ଅଖଣ୍ଡ ରଖିବାକୁ ହେଲେ ଏକ ପ୍ରଚଣ୍ଡ #ଦେଶଭକ୍ତି ର ଆବଶ୍ୟକତା ଅଛି । ଆଉ ସେଇ ଦେଶଭକ୍ତି ର ମୁଳ ସ୍ରୋତ ହେଉଛି #ହିନ୍ଦୁତ୍ୱ ଓ ହିନ୍ଦୁଙ୍କ ସେବା। ଏ ଦେଶର ପୁତ୍ରରୂପୀ ୩୦ କୋଟି ହିନ୍ଦୁଙ୍କ ନ୍ୟାୟପୁର୍ଣ ହିତ ସାଧନ ହେଲେ ନିଃସନ୍ଦେହ ରେ ଭାରତ ସ୍ୱାଧୀନ ହେବ । ଏହି ଦୃଢ଼ ବିଶ୍ୱାସ ନେଇ ମୁ ମୋର ସମ୍ପର୍ଣ୍ଣ ଜୀବନ ହିନ୍ଦୁ ସଂଗଠନ ବିଚାରଧାରା ଓ କାର୍ଯ୍ୟକ୍ରମ ରେ ନିୟୋଜିତ କଲି। କାରଣ ଏହି ସାଧନା ଓ ବିଧି ଦ୍ୱାରା କେବଳ ହିଁ ଏ ମାତୃଭୂମିର ରକ୍ଷା ଓ ସମ୍ପୂର୍ଣ୍ଣ ମାନବ ସମାଜ ର ସେବା ହୋଇ ପାରିବ।

୧୯୨୦ ରେ ଲୋକମାନ୍ୟ ତିଳକ ଙ୍କ ଦେହାନ୍ତ ପରେ କଂଗ୍ରେସ ରେ ଗାନ୍ଧିଜୀଙ୍କ ପ୍ରଭାବ ବଢିବାକୁ ଲାଗିଲା। ସର୍ବମାନ୍ୟ ନେତା ଭାବେ ଗାନ୍ଧୀଜୀଙ୍କ ଉକ୍ତି କୁ ହିଁ #କଂଗ୍ରେସର ଅଭିବ୍ୟକ୍ତି ଭାବେ ଗ୍ରହଣ କରାଗଲା। ଜନ ଜାଗରଣ ପାଇଁ ସେହିଁ ଏକ ମାତ୍ର ସର୍ବୋଚ୍ଚ ମାର୍ଗ ଦର୍ଶକ ଥିଲେ। ତାଙ୍କ ସମକକ୍ଷ କେହି ନଥିଲେ। ସତ୍ୟ ଓ ଅଂହିସା ଦ୍ୱାରା ସ୍ଵାଧୀନତା ସମ୍ଭବ, ଏହି ଦିବା ସ୍ୱପ୍ନ ର ଦ୍ୱାହି ଦେଇ ସେ ସମ୍ପୂର୍ଣ ହିନ୍ଦୁ ସମାଜ କୁ #ବ୍ରିଟିଶ ପାଖରେ ଅସହାୟ ଓ ନିରସ୍ତ୍ର କରିଦେବାର ବ୍ୟବସ୍ଥା କରିଦେଲେ । କିନ୍ତୁ ତାଙ୍କୁ କାହାର ବି ପ୍ରତିରୋଧ କରିବାର କ୍ଷମତା ନଥିଲା।

ପରନ୍ତୁ ଆତ୍ମ ସମ୍ମାନ, ରାଷ୍ଟ୍ରପ୍ରତି କର୍ତ୍ତବ୍ୟ ଓ ଦେଶ ପ୍ରୀତି ମୋ ମନ କୁ ଆନ୍ଦୋଲିତ କରୁଥିଲା। ବ୍ରିଟିସ ପାଖରେ ନିଜକୁ ମହାନ କରିବା ପାଇଁ ଢାଲ ଭାବେ ବ୍ୟବହାର ହେଉଥିବା ଗାନ୍ଧୀଜୀଙ୍କ #ଅଂହିସା ନୀତି ଓ ସିଦ୍ଧାନ୍ତ ଅପେକ୍ଷା ବଳ ପ୍ରୟୋଗ ମାଧ୍ୟମରେ ସ୍ୱାଧୀନତା ପ୍ରାପ୍ତ ସମ୍ଭବ ,ଏହା ମୋର ବିଚାର। ରାଷ୍ଟ୍ର ରକ୍ଷା ପାଇଁ ଆକ୍ରମଣକାରୀକୁ ସଶସ୍ତ୍ର ପ୍ରତିରୋଧ କରିବା ଅନ୍ୟାୟ ନୁଁହେ ବରଂ ଧାର୍ମିକ ଓ ଶାସ୍ତ୍ରାନୁମୋଦିତ କର୍ତ୍ତବ୍ୟ।

ଶାସ୍ତ୍ର କହୁଛି ରାମାୟଣ ରେ ଶ୍ରୀରାମ ରାବଣ କୁ ହତ୍ୟା କରି ମାତା ସୀତା ଙ୍କୁ ଉଦ୍ଧାର କରିଥିଲେ, ମହାଭାରତ ରେ କୌରବଙ୍କ ଅନ୍ୟାୟ, ଅତ୍ୟାଚାର ଓ ବ୍ୟଭିଚାର ବିରୋଧରେ ଶ୍ରୀକୃଷ୍ଣ ଅର୍ଜୁନ ମାଧ୍ୟମରେ ଯୁଧ୍ୟ କରି ସମାଜ ରକ୍ଷା କରିଥିଲେ ଏପରିକି ପିତାମହ ଭୀଷ୍ମଙ୍କୁ ହତ୍ୟା କରାଗଲା କାରଣ ସେ ଆକ୍ରମଣକାରୀ ଙ୍କ ସମର୍ଥନରେ ଥିଲେ। ମୋର ମନେ ହୁଏ ଗାନ୍ଧିଜୀ ଙ୍କ ଦର୍ଶନରେ ଶ୍ରୀରାମ, ଶ୍ରୀକୃଷ୍ଣ ଓ ଅର୍ଜୁନ ହେଉଛନ୍ତି ହିଂସାବାଦୀ । ଅଂହିସାର ଦ୍ୱାହି ଦେଇ ସେ ସମଗ୍ର ଭାରତୀୟଙ୍କ ପ୍ରତି ସେ ବିଶ୍ୱାସ ଘାତ କରିଛନ୍ତି।

ଆଧୁନିକ ଭାରତ ଇତିହାସ ରେ ଛତ୍ର ପତି ଶିବାଜୀ ମହାରାଜ ଙ୍କ ଦ୍ଵାରା ମୁସଲିମ ଆକ୍ରମଣ କାରୀଙ୍କୁ ପରାଜିତ କରାଯାଇ ହିନ୍ଦୁ ସମାଜର ସମ୍ମାନ ସ୍ୱରାଜ’ ପ୍ରତିଷ୍ଠା କରାଯାଇଥିଲା। ସେହିପରି ରାଣା ପ୍ରତାପ ଓ ଗୁରୁ ନାନକ ଦେବ ଙ୍କ ବଳିଦାନ ଓ ବିରତ୍ୱ ପାଇଁ ଆଜି ଏ ହିନ୍ଦୁ ସମାଜ ବଞ୍ଚି ରହିଛି। ଏମାନଙ୍କୁ ‘ଦିଗଭ୍ରମିତ ଦେଶଭକ୍ତ’ କହି ନିଜକୁ ମହାନ ଅଂହିସାର ପୂଜାରୀ ଭାବେ ପ୍ରକଟ କରିବା କଣ ଏକ ଛଳନା ନୁଁହେ ? ବିଶ୍ୱାସଘାତ ନୁଁହେ ?

ସେ ନିଶ୍ଚିନ୍ତ ଜଣେ ଶାନ୍ତି ପ୍ରେମୀ କିନ୍ତୁ ବାସ୍ତବରେ ଜଣେ ଦୁର୍ବଳ ମାନସିକତାର “ଆତ୍ମପ୍ରଚାର” ବାଦୀ ବ୍ୟକ୍ତି ଥିଲେ। ଅଂହିସାର ମଞ୍ଜି ବୁଣି ସମଗ୍ର ହିନ୍ଦୁ ସମାଜକୁ ଅକଥନୀୟ ନିର୍ଯାତନା ସହିବା ପାଇଁ ବିଧର୍ମୀଙ୍କ ହାତରେ ଟେକି ଦେଲେ, ସାମୁହିକ ନରସଂହାର ର ବ୍ୟବସ୍ଥା କରିଦେଲେ। #ଶିବାଜୀମହାରାଜ, #ରାଣାପ୍ରତାପ ଓ ଗୁରୁ #ନାନକଦେବ ଯିଏ ହିନ୍ଦୁ ସମାଜ ତଥା ଏ ରାଷ୍ଟ୍ର ର ରକ୍ଷକ, ଯିଏ ପ୍ରତ୍ୟକ ଭାରତୀୟ ଙ୍କ ହୃଦୟ ରେ ବିରାଜମାନ ତାଙ୍କୁ କଣ କେବେ ଆମେ ହିଂସା ବାଦୀ କହିପାରିବା ???

ତାଙ୍କ ଦୀର୍ଘ ୩୨ ବର୍ଷ ର ପକ୍ଷପାତିତା ଓ ଉସକାଇବା ନୀତି ତଥା ଧର୍ମ ଆଧାରିତ ବିଭାଜନ ରେ ମୁସଲିମ ପୁନଃ ଭାରତରେ ରହିବା ପାଇଁ ତାଙ୍କ ଦ୍ୱାରା ଆୟୋଜିତ ନିଷ୍ପତ୍ତି ରୁ ମୁ ଏହି ନିଷ୍କର୍ଷ ରେ ପହଞ୍ଚିବାକୁ ବାଧ୍ୟ ହେଲିଯେ ହିନ୍ଦୁସମାଜ ର ରକ୍ଷା ଓ ଭାରତବର୍ଷ ର ସୁରକ୍ଷା ପାଇଁ ଗାନ୍ଧିଜୀ ଙ୍କ ଅସ୍ତିତ୍ୱ କୁ ଅତିଶୀଘ୍ର ନିଶ୍ଚିନ୍ହ କରିଦେବା ଉଚିତ।

ବିଗତ ଆଇନ ଅମାନ୍ୟ ଆନ୍ଦୋଳନର ସେ ହିଁ ଥିଲେ ମୁଖ୍ୟ ପୁରୋଧା, ବିନା ବିଚାର ବିମର୍ଶରେ ସେହିଁ ଏକମାତ୍ର ନିର୍ଣ୍ଣୟ ନିଅନ୍ତି ଆନ୍ଦୋଳନ କୁ କେବେ ଓ କିପରି ଆରମ୍ଭ ଓ ଶେଷ କରାଯିବ। ଆନ୍ଦୋଳନ ସଫଳ ହେଉ କି ବିଫଳ ହେଉ, ଯେତେ ବାଧା ଵିଘ୍ନ ଆସୁ, ଆନ୍ଦୋଳନ କାରୀ ମରନ୍ତୁ, ସେଥିପ୍ରତି ସେ ସଚେତନ ନଥିଲେ କିନ୍ତୁ ସର୍ବଦା ସଚେତ ଥିଲେ କିପରି ନିଜର ନିର୍ଭୁଲ #ଭାବମୂର୍ତି ବ୍ରିଟିଶ ସମ୍ମୁଖରେ ଉପସ୍ଥାପିତ ହେଉ। ତାଙ୍କ ଦ୍ୱାରା କେବେ କୌଣସି ଭୁଲ ହୋଇପାରେ ନା, ଏହି #ଅଂହ କୁ ସାବ୍ୟସ୍ଥ କରିବାକୁ ଯାଇ ସେ କହୁଥିଲେ “ସତ୍ୟଗ୍ରାହୀ କେବେ ଅସଫଳ ହୁଏନା” । କିନ୍ତୁ ସବୁଠୁ ବିଡ଼ମ୍ବନାର ବିଷୟ, ତାଙ୍କ ବ୍ୟତୀତ ଏ #ସତ୍ୟାଗ୍ରହୀ ମାନେ କଣ କେହି ଜାଣି ନଥିଲେ କିମ୍ବା ତାଙ୍କୁ କେହି ପଚାରିବାକୁ ସାହସ କରୁନଥିଲେ କାରଣ ସେ ହିଁ ଥିଲେ ଉଭୟ ଦୋଷୀ,ଓକିଲ ଓ ବିଚାରପତି । ଏହିପରି ବାଚଳାମି ଓ ସ୍ବେଚ୍ଛାଚାରିତ ମନୋଭାବ ସହିତ ଅତି କଠୋର ଆତ୍ମସଞ୍ଜମ, ନିରନ୍ତର କାର୍ଯ୍ୟ ତଥା ଉନ୍ନତ ଚରିତ୍ର ତାଙ୍କୁ ଏକ ପ୍ରକାର ଉଗ୍ର ଓ ନିର୍ଦୟ କରିଦେଲା। ତାଙ୍କର ଦାଇତ୍ୱହୀନତା କାର୍ଯ୍ୟ ପାଇଁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ବିଦେଶ ଫେରନ୍ତା ବହୁ ଉଚ୍ଚ ଶିକ୍ଷିତ ବ୍ୟକ୍ତି, କ୍ରାନ୍ତି କାରୀ ଯୁବକ ଓ #ରାଷ୍ଟ୍ରବାଦୀ ନେତାଙ୍କ ଜୀବନ ବ୍ରିଟିଶ ହାତରେ ଅକାଳରେ ଚାଲିଗଲା । ଏଥିପାଇଁ ସେ ହିଁ ଥିଲେ ଏକମାତ୍ର ଅପରାଧୀ।

ସେହିପରି ଭାରତ ର ରାଷ୍ଟ୍ର ଭାଷା ପ୍ରଶ୍ନ ରେ ସେ ମୁସଲିମ ତୁଷ୍ଟିକରଣ ନୀତି ଆପଣାଇଲେ। ସଂଖ୍ୟା ଦୃଷ୍ଟିରୁ ହିନ୍ଦୀ ହିଁ ରାଷ୍ଟ୍ରଭାଷା କିନ୍ତୁ ମୁସଲିମ ଏହାକୁ ଗ୍ରହଣ କଲେ ନାହିଁ। ତେଣୁ ସେ ଏକ ଉଦ୍ଭଟ ଉତ୍ତର ରଖିଲେ ଯେ ଭାରତର ରାଷ୍ଟ୍ରଭାଷା ହେଉଛି “ହିନ୍ଦୁସ୍ତାନୀ “ , ଯାହା ଏକ ଅମୂଳକ କାରଣ ଆମ ଦେଶରେ #ହିନ୍ଦୁସ୍ତାନୀ ବୋଲି କିଛି ଭାଷା ହିଁ ନାହିଁ। କିନ୍ତୁ ତାଙ୍କ ସମର୍ଥକ ଏହାକୁ ବହୁଳ ଭାବେ ପ୍ରଚାର କଲେ, ଫଳତ ହିନ୍ଦୀ ଭାଷାର ଶୁଦ୍ଧତା ଓ ସୌନ୍ଦର୍ଯ୍ୟ ହାନି ହୋଇ #ଉର୍ଧୁ ମିଶା ଭାଷା ହେଲା।

କ୍ରମାଗତ ଭାବେ ଦେଖିଲେ, ତାଙ୍କର ସମସ୍ତ ପ୍ରୟୋଗ କେବଳ ଏ ଦେଶର ବହୁ ସଂଖ୍ୟକ ହିନ୍ଦୁଙ୍କ ଉପରେ ହିଁ ହେଉଥିଲା।

ଅଗଷ୍ଟ ୧୯୪୬ ରେ ପାକିସ୍ତାନ ସୃଷ୍ଟି ପାଇଁ ମୁସଲିମ ଲିଗ ଦ୍ୱାରା ହିନ୍ଦୁଙ୍କ ଉପରେ ଅତ୍ୟାଚାର ଆରମ୍ଭ ହେଲା।ଦେଶର ବିଭିନ୍ନ ସ୍ଥାନରେ ଦଙ୍ଗାହେଲା, କଲିକତାରୁ କରାଚି ଲକ୍ଷାଧିକ ହିନ୍ଦୁ ମଲେ, ମା ଭଉଣୀ ଙ୍କୁ ଅପହରଣ କରାଗଲା, କିନ୍ତୁ ଗାନ୍ଧିଜୀ ନିର୍ବିକାର ଥିଲେ । ସେ କେବଳ ଚୁପ ନଥିଲେ ବରଂ ମୁସଲମାନ ଙ୍କ ହିତରେ ଅନଶନ ଓ ମନ୍ତବ୍ୟ ଦେଉଥିଲେ । ଦଙ୍ଗା ପାଇଁ ସେ ହିନ୍ଦୁଙ୍କୁ ଦାୟୀ କରୁଥିଲେ। ଯୋଉ କଂଗ୍ରେସ ନିଜକୁ ରାଷ୍ଟ୍ର ହିତରେ ସମର୍ପିତ କରିଥିଲା, ଗାନ୍ଧୀଙ୍କ ମୁସଲିମ ପ୍ରେମ ଓ ଆକ୍ରାନ୍ତଙ୍କ ବନ୍ଧୁଙ୍କ ମୁନରେ #ଜିନା ପାଖରେ ଦୟନୀୟ ଭାବେ ଆତ୍ମସମର୍ପଣ କରି ପାକିସ୍ଥାନ କୁ ସ୍ୱୀକାର କଲା। ଆମେ ଆମର ଏକ ତୃତୀୟ ଭାଗ ହରାଇଲୁ।ମୋ ମା କୁ ଏମାନେ କାଟି ଖଣ୍ଡ ଖଣ୍ଡ କରିଦେଲେ। ଆମ ପାଇଁ ଆମ ମା ଵିଦେଶୀ ଭୂଖଣ୍ଡ ହେଲା।

ଏହା ଥିଲା ଗାନ୍ଧିଜୀଙ୍କ ଦୀର୍ଘ ୩୦ ବର୍ଷ ର ନିର୍ବିବାଦ #ଏକଛତ୍ରବାଦୀ କାର୍ଯ୍ୟ ର ଫଳ ଯାହାକୁ କଂଗ୍ରେସ ସ୍ୱତନ୍ତ୍ରତା ଓ କ୍ଷମତାର ଶାନ୍ତିପୂର୍ଣ୍ଣ ହସ୍ତାନ୍ତର କୁହେ।

ମିଛ ଭାଇଚାରାର ମୂଳଦୁଆ ଉପରେ ପ୍ରତିଷ୍ଠିତ ହିନ୍ଦୁ ମୁସଲିମ ଭାଇ ଭାଇ ସମ୍ପର୍କ , ମନେ ହେଉଥିଲା ଧର୍ମ ଆଧାରିତ ପାକିସ୍ଥାନ ସୃଷ୍ଟି ପରେ ସବୁଦିନ ପାଇଁ ଅନ୍ତ ହେବ । କିନ୍ତୁ ତାହା ଗାନ୍ଧୀଜୀଙ୍କ ପାଇଁ ସମ୍ଭବ ନୁହେଁ।

ଗାନ୍ଧୀ କୁହନ୍ତି ବହୁ ବଳିଦାନ ରେ ଆମେ ସ୍ୱାଧୀନତା ପାଇଛୁ । କିନ୍ତୁ କାହାର #ବଳିଦାନ ??? କେବେ କୁହନ୍ତିନି ।

ଗାନ୍ଧୀଙ୍କ ସହମତିରେ କଂଗ୍ରେସ ଏ ଦେଶକୁ ଦୁଇ ଫାଡ କଲା। ଯୋଉ ଦେଶ କୁ ଆମେ #ମାତୃଭୂମି କହୁ , ତାର ପୂଜା କରୁ ……ନିଜ ସ୍ୱାର୍ଥ ପାଇଁ ଶେଷରେ ସେଇ ମା କୁ ଏମାନେ କ୍ଷତାକ୍ତ କଲେ, ମୋତେ ଏହା ବହୁ ବିଚଳିତ କଲା ।

ଧର୍ମ ଆଧାରିତ ବିଭାଜନ ରେ ପାକିସ୍ତାନର ହିନ୍ଦୁ ମାନଙ୍କୁ ହତ୍ୟା କରି ଟ୍ରେନ ରେ ଆମ ଦେଶକୁ ପଠାଗଲା।ସେଠାରୁ ହିନ୍ଦୁ ପଳାୟନ କରି ଏ ଦେଶକୁ ଆସିଲେ। ପାକିସ୍ତାନ ହିନ୍ଦୁ ମାନଙ୍କ ଘର, କ୍ଷେତ, ଏପରିକି ମା ଭଉଣୀଙ୍କୁ ବଳପୂର୍ବକ ମୁସଲମାନ ମାନେ ନେଇଗଲେ। ବହୁ ମନ୍ଦିରକୁ ଭାଙ୍ଗି ଦିଆଗଲା ଓ ସେଠାରେ ଭାରତରୁ ଯାଇଥିବା ମୁସଲମାନଙ୍କୁ ରଖାଗଲା। ଗାନ୍ଧିଜୀ ଏହା ବିରୋଧରେ ପଦୁଟିଏ କହିଲେନି ବରଂ ଚୁପ ରହିବା ଉଚିତ ଭାବିଲେ, କିନ୍ତୁ ପାକିସ୍ଥାନର ହିନ୍ଦୁ ହତ୍ୟାର ପ୍ରତିକ୍ରିୟା ଯେତେବେଳେ ଭାରତ ରେ ଦେଖାଗଲା , ମୁସଲିମଙ୍କୁ ରକ୍ଷା କରିବା ପାଇଁ ସେ ଆଗକୁ ଆସିଲେ। ଚିରାଚରିତ ଢଙ୍ଗରେ ଦଙ୍ଗା ବିରୋଧରେ ଆମରଣ ଅନଶନ ରେ ବସିଲେ। ପାକିସ୍ଥାନ ରୁ ଚାଲି ଆସିଥିବା କିଛି ହିନ୍ଦୁ ଶରଣାର୍ଥୀ , ମୁସଲିମ ଛାଡି ଯାଇଥିବା ଦିଲ୍ଲୀର ଏକ ଖାଲି ମସଜିଦ ପ୍ରାଙ୍ଗଣରେ ବଳ ପୂର୍ବକ ରହିଥିଲେ , କିନ୍ତୁ #ଅନଶନ ଭଙ୍ଗ କରିବା ପାଇଁ ଗାନ୍ଧିଜୀ ପ୍ରଥମ ସର୍ତ୍ତ ରଖିଲେ ସେ ମସଜିଦ କୁ ଖାଲି କରିବା ପାଇଁ। ମିଛ ଭାଇଚାରା କୁ ସୁଦୃଢ଼ କରିବା ପାଇଁ ସେ ହିନ୍ଦୁଙ୍କୁ ଶିଖାଇଲେ ମନ୍ଦିର ରେ ବୋଲିବା ପାଇଁ ଈଶ୍ୱର ଆଲ୍ଲା ତେରା ନାମ……. କିନ୍ତୁ କୌଣସି ମୁସଲିମ ଙ୍କୁ ଶିଖାଇଲେ ନାହିଁ ମସଜିଦ ରେ ଗାନ କରିବାକୁ। କେବଳ ହିଁ କେବଳ ହିନ୍ଦୁ ହିଁ ତାଙ୍କ ପ୍ରୟୋଗ ଶାଳା ଥିଲା କିନ୍ତୁ କେବେ ମୁସଲିମ ନୁଁହେ । କାରଣ ସେ ଭଲ ଭାବେ ଜାଣିଥିଲେ ମୁସଲିମ କେବେ ତାଙ୍କ କଥା ରଖିବେନି , ମୁସଲିମ ଙ୍କ ପାଇଁ ଧର୍ମ ବଡ଼ କିନ୍ତୁ ଦେଶ ନୁଁହେ। ସେ ବହୁତ ଚତୁର ଥିଲେ , ଅନଶନ କରୁଥିଲେ କିନ୍ତୁ ଭଙ୍ଗ ପାଇଁ ଯୋଉ ସର୍ତ୍ତ ରଖୁଥିଲେ ତାହା କେବଳ ହିନ୍ଦୁଙ୍କ ଉଧ୍ୟସରେ ଥିଲା । ଆଉ ସରଳ ନିରୀହ ହିନ୍ଦୁ ତାଙ୍କ କଥା ମାନି ଯାଉଥିଲେ। କିନ୍ତୁ କେବେ ମୁସଲିମ ଙ୍କ ଉଧ୍ୟସରେ ସର୍ତ୍ତ ରଖୁନଥିଲେ, କାରଣ ସେ ଜାଣିଥିଲେ ତାଙ୍କ ଅନଶନ ଦ୍ୱାରା ନା ଜିନା ପ୍ରଭାବିତ ହେଉଥିଲା ନା ମୁସଲିମ। ଅନଶନ ରେ ସେ ମରିଗଲେ ବି ମୁସଲିମ କେବେ ତାଙ୍କ କଥାକୁ ସମ୍ମାନ ଦେବେ ନାହିଁ।

ଗାନ୍ଧିଜୀ ଙ୍କୁ #ରାଷ୍ଟ୍ରପିତା କୁହାଯାଉଛି, ଯଦି ଏହା ଠିକ , ତେବେ ମୁ କହିବି ଏ ରାଷ୍ଟ୍ର ପାଇଁ ସେ ଜଣେ ଅସଫଳ ବ୍ୟକ୍ତି। କାରଣ ଏ ରାଷ୍ଟ୍ର କୁ ବିଭାଜନ କରି , ତାଙ୍କୁ ସମ୍ମାନ ର ଶୀର୍ଷ ରେ ବସାଇବା ବହୁ ସଂଖ୍ୟକ ହିନ୍ଦୁଙ୍କ ପ୍ରତି ସେ ବିଶ୍ୱାସଘାତ କରିଛନ୍ତି। ସେ ମୋ ରାଷ୍ଟ୍ରର କେବେ ପିତା ଯୋଗ୍ୟ ନୁଁହେ ବରଂ ପାକିସ୍ତାନର ରାଷ୍ଟ୍ର ପିତା କହିବା ଉଚିତ।

ପାକିସ୍ଥାନର ଏତେ କୁକର୍ମ ପରେ ମଧ୍ୟ ସେ ଜିନା ର ନିମନ୍ତ୍ରଣ ସ୍ୱୀକାର କରି ପାକିସ୍ଥାନ ଗଲେ କିନ୍ତୁ ହିନ୍ଦୁ ସୁରକ୍ଷାରେ ଶବ୍ଦଟିଏ କହିଲେନି। ସେହିପରି ବିଭାଜନ ପରେ ଅଧିକାଂଶ କଂଗ୍ରେସ ସଭ୍ୟ ପାକିସ୍ଥାନ କୁ ୫୫ କୋଟି ଆର୍ଥିକ ସହାୟତା ଦେବା ଵିରୋଧରେ ଥିଲେ କିନ୍ତୁ ଗାନ୍ଧିଜୀ ଜିଦ କଲେ ଦେବା ପାଇଁ ନଚେତ ଅନଶନ ର ଧମକ ଦେଲେ। ତାଙ୍କ ପାଇଁ ମୁସଲିମ ହିଁ ସର୍ବୋପରି।

ନିଃସନ୍ଦେହ ରେ ସେ ଜଣେ ସାଧୁ କିନ୍ତୁ ରାଷ୍ଟ୍ରପିତା ବା ରାଜନୀତିଜ୍ଞ ନୁହନ୍ତି। ତାଙ୍କ ଅନ୍ତରାତ୍ମା , ଆତ୍ମିକ ଶକ୍ତି, ସତ୍ୟନିଷ୍ଠା, ଅଂହିସାର ସିଦ୍ଧାନ୍ତ, ଅନଶନ ସବୁକିଛି ଜିନା ନେହେରୁଙ୍କ ସ୍ୱାର୍ଥ ଓ ଉଚ୍ଚାକାଂକ୍ଷା ପାଖରେ ମୂଲ୍ୟହୀନ ହେଲା , ସେ ଶକ୍ତିହୀନ ପ୍ରମାଣିତ ହେଲେ। ସଂକ୍ଷେପ ରେ ମୁ ବିଚାର କଲି ଏ ସମସ୍ତ ଅପରାଧ ର ମୁଳ ସୂତ୍ର ହେଉଛନ୍ତି ଗାନ୍ଧିଜୀ। ତାଙ୍କୁ ଶେଷ କରିଦେଲେ ପୁନର୍ବାର ଏ ଅପରାଧ ଘଟିବ ନାହିଁ । ମୋ ମନ କହିଲା, ମୁ ସମ୍ପୁର୍ଣ୍ଣ ରୂପେ ନଷ୍ଟ ହୋଇଯିବି, ତାଙ୍କୁ ପୂଜା କରୁଥିବା ଲୋକେ ମୋତେ ଘୃଣା କରିବେ, ମୋ ସମ୍ମାନ କ୍ଷୁର୍ଣ୍ଣିତ ହେବ , ଯାହା ମୋ ଜୀବନ ଠାରୁ ଅଧିକ ମୂଲ୍ୟବାନ କିନ୍ତୁ ବିବେକ ଆହ୍ୱାନ ଦେଲା ରାଷ୍ଟ୍ର ସ୍ୱାର୍ଥରେ ବ୍ୟକ୍ତି ସ୍ୱାର୍ଥ ନଥାଏ, ବୃହତ୍ତର ସ୍ୱାର୍ଥର ଯଜ୍ଞରେ ନିଜକୁ ଆହୁତି ଦେବା ଶ୍ରେୟସ୍କର। ମୋର ମନେ ହେଲା ଗାନ୍ଧିଜୀ ଙ୍କ ଅବର୍ତମାନ ରେ ଭାରତର ରାଜନୀତି ଅଧିକ ବ୍ୟବହାରିକ ଓ ପ୍ରତିରୋଧକ୍ଷ୍ୟମ ହେବ। ପାକିସ୍ଥାନ ର ନୃଶଂସତା ବିରୋଧରେ ଆମ ସେନା ଅଧିକ ବଳଶାଳୀ ଓ ଆତ୍ମନିର୍ଭର ହେବ। ନିଃସନ୍ଦେହ ରେ ମୋ ଜୀବନ ଯିବ କିନ୍ତୁ ଆକ୍ରାନ୍ତଙ୍କ କବଳରୁ ମୋ ରାଷ୍ଟ୍ର ତଥା ଏ ପୁତ୍ର ରୂପୀ ସମାଜ ରକ୍ଷା ପାଇବ। ଲୋକେ ମୋତେ ପଛେ ପାଗଳ କୁହନ୍ତୁ କିନ୍ତୁ ମୋ ରାଷ୍ଟ୍ର ସେଇ ରାସ୍ତାରେ ଅଗ୍ରସର ହୋଇ ସ୍ଵତନ୍ତ୍ର ହେବ ଯାହାକୁ ମୁଁ ସୁଦୃଢ଼ ରାଷ୍ଟ୍ର ନିର୍ମାଣ ପାଇଁ ଆବଶ୍ୟକ ମନେ କରୁଛି।

ଏହି ମହାନ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ମୁଁ ଅନ୍ତିମ ନିର୍ଣ୍ଣୟ ନେଲି, କିନ୍ତୁ ଏ ବିଷୟରେ କାହାକୁ କିଛି କହିଲିନି । ନିଜକୁ ନିଜେ ସାନ୍ତ୍ୱନା ଦେଲି, ସାହସ ଭରିଲି ଓ ୧୯୪୮ , ଜାନୁଆରୀ ୩୦ ଦିନ ବିର୍ଲା ହାଉସ ପ୍ରାର୍ଥନା ସଭାକୁ ବାହାରି ପଡ଼ିଲି। ତାଙ୍କୁ ପ୍ରଥମେ ପ୍ରଣାମ କଲି ପରେ ଗୁଳି କଲି

ହଁ ମୁ କହୁଛି, ମୁଁ ଏପରି ଏକ ବ୍ୟକ୍ତି କୁ ଗୁଳି କଲି, ଯାହାର ପକ୍ଷପାତିତା ନୀତି ଓ କୁକର୍ମ ପାଇଁ ଲକ୍ଷାଧିକ ହିନ୍ଦୁଙ୍କ ବିନାଶ ହେଲା। ନିଜକୁ ମହାନ କରିବାକୁ ଯାଇ ମୁସଲିମ ପ୍ରେମରେ ମାତୃଭୂମିକୁ ଖଣ୍ଡିତ କରାଗଲା । ଏ ଅକ୍ଷମଣୀୟ ଅପରାଧ ପାଇଁ ଏପରି କୌଣସି ନ୍ୟାୟାଳୟ ନାହିଁ ତାଙ୍କୁ ଦୋଷୀ କହିବ , ଦଣ୍ଡ ଦେବ।

ତେଣୁ ମୁଁ ଗାନ୍ଧୀ ଙ୍କୁ ମାରିଲି…………

ବ୍ୟକ୍ତିଗତ ଭାବେ ମୋର କାହା ପ୍ରତି ବିଦ୍ୱେଷ ନାହିଁ କିନ୍ତୁ ମୋ ମନରେ ବର୍ତ୍ତମାନର ସରକାର ପ୍ରତି କୌଣସି ସମ୍ମାନ ନାହିଁ। ବହୁତ ଦୁଃଖର ସହିତ କହୁଛି କୀ ପ୍ରଧାନମନ୍ତ୍ରୀ ନେହେରୁଙ୍କ କାର୍ଯ୍ୟ ଓ ବିଚାର ବହୁ ବାର ବିପରିତଧର୍ମୀ ହେଉଛି। ଗାନ୍ଧିଜୀ ଙ୍କ ପ୍ରରୋଚନାରେ ସେ ପାକିସ୍ଥାନ କୁ ଏକ ଇସ୍ଲାମିକ ରାଷ୍ଟ୍ର କଲେ କିନ୍ତୁ ଭାରତକୁ ଧର୍ମ ନିରପେକ୍ଷ କଲେ। ଯଦି ଧର୍ମ ନିରପେକ୍ଷ କରିବାର ଥିଲା ତେବେ କୋଉ ସ୍ୱାର୍ଥ ପାଇଁ ପାକିସ୍ଥାନ ସୃଷ୍ଟି ହେଲା ???!

ନ୍ୟାୟାଳୟ ଆଗରେ ଛିଡା ହୋଇ ମୁଁ ଦୃଢତା ର ସହ କହୁଛି ମୁ ଯାହା ବି କରିଛି ନିଜ ବୁଦ୍ଧି ବିବେକରେ , ଠିକ ଠିକ କରିଛି । ଯଦି ବିଚାରପତି ଉଚିତ ଭାବୁଛନ୍ତି , ଏପରି ଆଦେଶ ପ୍ରଦାନ କରନ୍ତୁ ଯାହା ମୋ କାର୍ଯ୍ୟକୁ ଉଚିତ ହେବ।
ମୃତ୍ୟୁ କୁ ମୁଁ ଭୟ କରେନି କିନ୍ତୁ ବିଚାରପତି କୁ ଅନୁରୋଧ ମୋ ପ୍ରତି ଦୟା ନ କରନ୍ତୁ କିମ୍ବା ମୋ ପାଇଁ କେହି ଦୟା ଯାଚିକା ନ ଦିଅନ୍ତୁ।
ମୋର ଦୃଢ଼ ଆଶା ଓ ବିଶ୍ୱାସ , ହୁଏତ ମୋ କାର୍ଯ୍ୟ ଓ ବିଚାର ର ମହତ୍ୱକୁ ଏ ଚାରିକାନ୍ଥ ଭିତରେ ଥିବା ଉପସ୍ଥିତ ବ୍ୟକ୍ତି ବୁଝି ନପାରନ୍ତି କିନ୍ତୁ ନିଶ୍ଚିନ୍ତ ମୋର ପର ପିଢ଼ି ଓ ଭବିଷ୍ୟତର ଇତିହାସକାର ସଠିକ ମୂଲ୍ୟାଙ୍କନ କରିବେ।

ଜୟ ହିନ୍ଦ********

କିଛି ସମୟ ପାଇଁ ନ୍ୟାୟାଳୟ ସ୍ତବ ହୋଇଯାଇଥିଲା, ଉପସ୍ଥିତ ବ୍ୟକ୍ତି ସ୍ଥାଣୁ ହୋଇଗଲେ, ଲୋକଙ୍କ ଆଖିରୁ ଧାର ଧାର ଲୁହ ବହିଯାଉଥିଲା। ବିଚାରପତି ଲୋତକ ଚକ୍ଷୁ ରେ ବାକଶୂନ୍ୟ ଥିଲେ। ଜଣେ ନ୍ୟାୟାଧୀଶ ମହୋଦୟ ତ ନିଜ ଟିପ୍ପଣୀରେ ଲେଖିଛନ୍ତି ଯେ ଯଦି ଏ ବିଚାର କୌଣସି ଖଣ୍ଡ ପୀଠ ରେ ହୋଇଥାନ୍ତା , ନିଃସନ୍ଦେହ ରେ ବହୁମତରେ ନାଥୁରାମ ଙ୍କୁ ନିର୍ଦୋଷ ର ନିର୍ଣ୍ଣୟ ଦିଆଯାଇଥାନ୍ତା।

ନାଥୁରାମ ପାଗଳ କିମ୍ବା ମୁର୍ଖ ନଥିଲେ , ସେ ଚାହିଁଥିଲେ ହତ୍ୟା କରି ସେଠାରୁ ଖସି ପଳାଇଥାନ୍ତେ , କିନ୍ତୁ ନିର୍ବିକାର ଭାବେ ଠିଆହୋଇଥିଲେ। ସେ ଜଣେ ଉଚ୍ଚଶିକ୍ଷିତ ଓ ପତ୍ରକାର ଥିଲେ। ସବରକରଙ୍କ ଏକ ପୁସ୍ତକର ଇଂରାଜୀ ଅନୁବାଦ କରିଥିଲେ। ହିନ୍ଦୁରାଷ୍ଟ୍ର ପତ୍ରିକାର ସମ୍ପାଦକ ଥିଲେ । ତାଙ୍କର ବହୁ କ୍ରାନ୍ତିକାରୀ ଲେଖା ତତ୍କାଳୀନ ସମ୍ବାଦ ପତ୍ରିକାରେ ପ୍ରକାଶିତ ହୋଇଥିଲା।ସେ ସ୍ୱୀକାର କରିଛନ୍ତି ସେ ଗାନ୍ଧିଜୀଙ୍କ ଅନୁଗାମୀ ଥିଲେ ଓ ସ୍ବାଧୀନତା ସଂଗ୍ରାମ ରେ ଝାସ ଦେଇ କାରାବରଣ କରିଥିଲେ।

ଏଥିରୁ କଣ ଅନୁମୟ, ଗାନ୍ଧିଜୀ ଙ୍କୁ ହତ୍ୟା କରାଯାଇଥିଲା ନା ବଧ ?? ଗୋଡ଼ସେ ପାପୀ ନା ପୁଣ୍ୟ ??? ବିଚାର ଆପଣଙ୍କ ର ..  ..  .. ଜୟ ମା ଭାରତୀ.. ..