ନିୟମିତ ୭ ଘଂଟା ଶୁଅନ୍ତୁ, ସୁସ୍ଥ ରୁହନ୍ତୁ

ଅନିଦ୍ରା ରହିଲେ କମିଯାଏ ପ୍ରତିରୋଧକ ଶକ୍ତି

ସୁସ୍ଥ ଶରୀର ପାଇଁ ନିରାମିଷ ଖାଦ୍ୟ ଶ୍ରେଷ୍ଠ…

ଶରୀରର ତାପମାତ୍ରା କମିଗଲେ, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା ଫଳରେ ତା’ର ପ୍ରଭାବ ନାକରେ ଦେଖିବାକୁ ମିଳିଥାଏ । ଜାଡ଼ଦିନରେ ଆଖିରୁ ପାଣି, ନାକରୁ ସିଂଘାଣି, ଥଣ୍ଡାକାଶ, ମୁଣ୍ଡବ୍ୟଥା, ଗୋଡ଼ହାତ ବିନ୍ଧା, ଥଣ୍ଡାଜ୍ୱର ସଂକ୍ରମଣ କରିଥାଏ । ଏସବୁ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଜରୁରୀ । ସୁସ୍ଥ ଶରୀର ପାଇଁ ଦୈନିକ ଆରାମରେ ଶୁଅନ୍ତୁ, ନିୟମିତ ବ୍ୟାୟାମ କରନ୍ତୁ, ଯଥେଷ୍ଟ ପାଣି ପିଅନ୍ତୁ, ସୁଷମ ଖାଦ୍ୟ ଖାଆନ୍ତୁ । ପ୍ରତ୍ୟେକ ପୁରୁଷ ଓ ମହିଳାମାନେ ଏସବୁ ନୀତିନିୟମକୁ ପାଳନ କଲେ, ରୋଗ ସଂକ୍ରମଣ ଆଶଙ୍କା ରହିବ ନାହିଁ ।

ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହନ୍ତି, ଶରୀରରୁ ରୋଗ ପ୍ରତିରୋଧକ ଶକ୍ତି କମିବାର ପ୍ରମୁଖ ଲକ୍ଷଣ ହେଉଛି ବାରମ୍ବାର ବେମାରରେ ପଡ଼ିବା, ଶରୀରର ଓଜନ କମିଯିବା, ହାଲିଆ ଅନୁଭବ କରିବା ଓ ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିବା । ରୋଗ ପ୍ରତିରୋଧକ ଶକ୍ତି ଫେରି ପାଇବାକୁ ହେଲେ, ପ୍ରତିଦିନ ୩୦ରୁ ୪୫ ମିନିଟ୍‌ ପାଦରେ ଚାଲିବା, ବ୍ୟାୟାମ ଓ ଯୋଗାଭ୍ୟାସ, ସାଇକେଲ ଚାଳନା ନଚେତ୍‌ ସଂପୂର୍ଣ୍ଣ ମନ ଓ ଶରୀରକୁ ସକ୍ରିୟ କରିପାରୁଥିବା ଯେକୌଣସି କୀଡ଼ା ଜରୁରୀ । ଶରୀରରେ ହିମୋଗ୍ଲୋବିନ ମାତ୍ରା କମିଗଲେ, ମଣିଷ ସାମାନ୍ୟ ପରିଶ୍ରମ କାରଣରୁ ହାଲିଆ ଅନୁଭବ କରନ୍ତି । ଜଣେ ସୁସ୍ଥ ମଣିଷ ଦିନକୁ ୭/୮ ଘଂଟା ଶୋଇବା ଦରକାର ।