ଆଜିର ରାଶିଫଳ: ରାଶିଫଳ 17 ଏପ୍ରେଲ 2023 (ସୋମବାର)

କେମିତି ରହିବ ଆପଣଙ୍କ ଦିନ ? ମୁଖ୍ୟତ ଅଧ୍ୟୟନଓ ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଏହିପରି ମନରେ ଉଙ୍କିମାରୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ https://shaksinews.com/ ସହ ଯୋଡ଼ି ହୋଇ ରୁହନ୍ତୁ।

ମେଷ ରାଶି: ବ୍ୟବସାୟରେ ଲାଭ ରହିବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନ ଲାଭ ।ପୂଜାର୍ଚ୍ଚନାରେ ଅଧିକ ସମୟ ଅତିବାହିତ କରିବେ । ଦୂରଯାତ୍ରା କରିବାର ସୁଯୋଗ ରହିଛି । ଆର୍ଥିକ ସ୍ଥିତି ଦୃଢ ରହିବ ।

ବୃଷ ରାଶି: ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଅତି ସମ୍ମାନର ଦିନ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁ ବୃଦ୍ଧି ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । ମାତା-ପିତାଙ୍କ ସହିତ ସମୟ ବିତାନ୍ତୁ ଶୁଭଫଳ ଲାଭ ନିଃଚିନ୍ତ ମିଳିବ। ବ୍ୟବସାୟରେ ଲାଭ ପାଇବେ । ବାକି ଦେଇଥିବା ଅର୍ଥ ଫେରିପାଇବେ । କୌଣସି କାରଣରୁ ମନ ଅଶାନ୍ତ ରହିବ।

ମିଥୁନ ରାଶି: ବ୍ୟବସାୟୀ ମାନେ ଲାଭବାନ ହେବେ। ଆର୍ଥିକ ଅବସ୍ଥା ସୁଧୁରିବ। ପାଖ ଲୋକଙ୍କ ସହିତ କୌଣସି ବିବାଦ କରନ୍ତୁ ନାହିଁ । ଏଥିନେଇ ମାନସିକ ଅଶାନ୍ତି ଦେଖାଦେଇ ପାରେ । କଳହ ଠାରୁ ନିଜକୁ ସଂପୂଣ୍ଣ ଦୂରେଇ ରଖନ୍ତୁ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ । ଦିନଟି ଭଲରେ କଟିବ।

କର୍କଟ ରାଶି: ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । ଆର୍ଥିକ ଅବସ୍ଥା ସୁଧୁରିବ । ଶୁଭ ଦିନଟିଏ । ଛାତ୍ରଛାତ୍ରୀଙ୍କ ପାଠପଢାରେ ଉନ୍ନତି । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ସିଂହ ରାଶି: କର୍ମକ୍ଷେତ୍ରରେ ସଫଳତା ପାଇଁ ସହ ବନ୍ଧୁଙ୍କ ସହଯୋଗ ପାଇବେ । ବ୍ୟବସାୟରେ ଉନ୍ନତି । ଧନ ଲାଭ ସମ୍ଭାବନା ଅଛି । ଅଜଥା ବିବାଦରେ ପାଦ ଦିଅନ୍ତୁ ନାହିଁ; ଅସୁବିଧାରେ ପଡିପାରନ୍ତି ।

କନ୍ୟା ରାଶି: କୌଣସି ଶୁଭ ଖବର ମିଳିପାରେ । ପରିବାର ସହିତ ଅଧିକ ସମୟ ବିତାଇବେ । ଚାକିରୀ କ୍ଷେତ୍ରରେ ଉନ୍ନତି । ବ୍ୟବସାୟୀ ଲାଭବାନ ହେବେ ସହ ଦୁଇଗୁଣ ଲାଭ ପାଇପାରିବେ । ଆର୍ଥିକ ଦୃଷ୍ଟି କୋଣରୁ ପରିସ୍ଥିତି ଭଲ ରହିବ ।

ତୁଳା ରାଶି: ନୂତନ ଘର, ସମ୍ପତ୍ତି ଇତ୍ୟାଦି କିଣିବାକୁ ଚିନ୍ତା କରିପାରନ୍ତି । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ପୁରୁଣା ବନ୍ଧୁଙ୍କ ସହିତ ମିଳନ ଅଛି । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ ।

ବିଛା ରାଶି: ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ ସାମାଜିକ କାର୍ଯ୍ୟରେ ସମ୍ମାନିତ ହେବେ । ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି । ମହିଳା ମାନଙ୍କୁ ସମ୍ମାନ ମିଳିବ । ବୈବାହିକ ଜୀବନ ସୁଖଦ ରହିବ । ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ ।

ଧନୁ ରାଶି: ଆଜି ନିଜ ପ୍ରିୟ ଲୋକଙ୍କ ସହିତ ଭଲ ସମୟ ବିତାଇବ । ସ୍ୱାସ୍ଥ୍ୟ ଭଲ ରହିବ । ଅପରାହ୍ନରେ କୌଣସି ଶୁଭ ଖବର ମିଳିପାରେ । ବିଦ୍ୟାର୍ଥୀମାନେ ପଠାପଢାରେ କୃତିତ୍ୱ ଅର୍ଜନ କରିବେ । ଆଜି ସତର୍କ ରହିବା ସହିତ ଟଙ୍କା ବିନିଯୋଗରୁ ଦୂରେଇ ରୁହନ୍ତୁ । ବ୍ୟବସାୟୀମାନେ ଆଜି ଲାଭରେ ରହିବେ ।

ମକର ରାଶି: କୌଣସି ନୂଆ କାର୍ଯ୍ୟର ଶୁଭଦେବେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ କାମକାର୍ଯ୍ୟରେ ବହୁତ ଲାଭ ପାଇପାରନ୍ତି । ବ୍ୟବସାୟରେ ଲାଭ ମିଳିବାର ସମୟ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରକୃତ ସମାଜ ସେବାରେ ମନ ବଳାଇବେ।

କୁମ୍ଭ ରାଶି: ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । ଆପଣ କମ୍ ପରିଶ୍ରମରେ ସଫଳତା ପାଇବେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ । ଧନଲାଭର ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଉନ୍ନତି ରହିବ କିନ୍ତୁ କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ।

ମୀନ ରାଶି: କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିବାର ସମୟ ଆସିଯାଇଛି। ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ । ପାରିବାରିକ ଜୀବନରେ ସୁଖ,ଶାନ୍ତି ଭରୀ ରହିବ । କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହ ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଆର୍ଥିକ ଅବସ୍ଥା ସୁଦୃଢ ହେବ । ଆଜି ଆପଣ ଏକ ନୂତନ ଆୟର ଉତ୍ସ ପାଇପାରନ୍ତି ।