ପରିବାର ସହ ମନ୍ଦିରରେ ଶିଳ୍ପା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ସ୍ୱାମୀ ରାଜ କୁନ୍ଦ୍ରା ଓ ପିଲାମାନଙ୍କ ସହ ଛୁଟି କାଟୁଛନ୍ତି । ପରିବାର ସହ ଖ୍ରୀଷ୍ଟମାସ ପାଳନ କରି ସୋସିଆଲ ମିଡିଆରେ ଫୋଟ ସେୟାର କରିଛନ୍ତି । ଅଭିନେତ୍ରୀ ଶିଳ୍ପା ତାଙ୍କ ତାଙ୍କ ସ୍ୱାମୀଙ୍କ ଓ ପରିବାର ସହ ମା ସନ୍ତୁଲା ଦେବୀ ମନ୍ଦିରରେ ପହଞ୍ଚି ସେଠାରେ ପୂଜାପାଠ କରିଛନ୍ତି ।

ସୋସିଆଲ ମିଡିଆରେ ଏହି ସମୟର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋରେ ଶିଳ୍ପା ଏବଂ ରାଜ ମନ୍ଦିରର ପୁରୋହିତଙ୍କ ସହ ଠିଆ ହୋଇଥିବା ନଜର ଆସିଛନ୍ତି । ଏହା ସହ ଏକ ଭିଡିଓ ଶିଳ୍ପା ତାଙ୍କ ସୋସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓରେ ଶିଳ୍ପା ତାଙ୍କ ପିଲାମାନଙ୍କ ସହ ମଜା କରୁଥିବା ନଜର ଆସିଛନ୍ତି ।