ଭିଜିଲାନ୍ସ ହାତରେ ଧରାପଡିଲେ RI

ଜଗତସିଂହପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ । ଜଗତସିଂହପୁର ଜିଲ୍ଲା ଏରସମା ତହସିଲ କାର୍ଯ୍ୟାଳୟ ଆରଆଇ ସମୀର ମଲ୍ଲିକ ଗିରଫ ହୋଇଛନ୍ତି । ଜମିପଟ୍ଟା କରାଇ ଦେବାକୁ କହି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।

ଏରସମା ତହସିଲ କାର୍ଯ୍ୟାଳୟ ଅନ୍ତର୍ଗତ ନିମୋଳ ଓ ଜପା ସର୍କଲ ଆରଆଇ ଦାୟିତ୍ବରେ ଥିଲେ ସମୀର ମଲ୍ଲିକ । ଧୋବେଇ ଜଙ୍ଗଲ ରାଜସ୍ବ ଗ୍ରାମ ଝାଟିପାରିର ସୁମନ୍ତ ମଣ୍ଡଳଙ୍କଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସେହି ସମୟରେ ନିମୋଳଠାରୁ ଭିଜିଲାନ୍ସ ବିଭାଗୀୟ ଅଧିକାରୀଙ୍କ ହାତରେ ଧରାପଡିଥିଲେ ଆରଆଇ ସମୀର ମଲ୍ଲିକ ।