ପାକିସ୍ତାନରେ ପୁଣି ପୋଲିଓ ରୋଗୀ

ପାକିସ୍ତାନରେ ୧୫ ମାସ ପରେ ପୁଣି ଦେଖାଗଲା ପୋଲିଓ…

ନୂଆଦିଲ୍ଲୀ : ପାକିସ୍ତାନରେ ୧୫ ମାସ ପରେ ପୁଣି ଦେଖାଗଲା ପୋଲିଓ ଦ୍ୱାରା ଆକ୍ରାନ୍ତ ହୋଇଥିବା ରୋଗୀ । ଜାନୁଆରୀ ୨୦୨୧ରେ ପାକିସ୍ତାନରେ ଶେଷ ପୋଲିଓ ମାମଲା ରିପୋର୍ଟ ଆସିଥିବା ବେଳେ ପୁଣି ଏହି ମାମଲା ସାମ୍ନାକୁ ଆସିଛି । ଇସଲାମାବାଦ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନର ଉତ୍ତର ବଜିରିସ୍ତାନରେ ଜଣେ ୧୫ ମାସର ବାଳକରେ ଟାଇପ-୧ ୱାଇଲ୍ଡ ପୋଲିଓ ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ତେବେ ଏହି ଘଟଣା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ପୋଲିଓର ହ୍ରାସ ନିମନ୍ତେ ନ୍ୟାସନାଲ ଟାସ୍କ ଫୋର୍ସ ସହିତ ଏକ ଜରୁରୀ ବୌଠକ କରିବେ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି ଯେ, ଦଶରେ ପୋଲିଓ ରୋଗକୁ ନେଇ ଚିନ୍ତିତ । ପୋଲିଓ ରୋଗର ହ୍ରାସ ଏକ ପ୍ରମୁଖ ସଫଳତା ଯାହା ସ୍ଥାୟୀ ଉଦ୍ୟମ ଦ୍ୱାରା ସମ୍ଭବ ହୋଇପାରିଛି । ଯେଉଁଥିରେ ବହୁ ପୋଲିଓ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ତେବେ ବର୍ତ୍ତମାନ ଏହି ମାମଲାକୁ ନେଇ ଜାତୀୟ ଟାସ୍କ ଫୋର୍ସ ସହ ଏକ ବୈଠକ ହେବା ନେଇ ସୁଚନା ଦିଆଯାଇଛି ।