ମୁମ୍ବାଇ ଦଳରେ ଖେଳିବେ ଅର୍ଜୁନ ତେନ୍ଦୁଲକର!

ଆଇପିଏଲ-୨୦୨୨ର ୧୫ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ…

ନୂଆଦିଲ୍ଲୀ: ଆଇପିଏଲ-୨୦୨୨ର ୧୫ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ୮ଟି ମ୍ୟାଚରେ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି । ଏବେ ପ୍ଲେ ଅଫର ଆଶା ମଉଳି ଯାଇଥିବାବେଳେ ଟିମରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଦାବି ହେଉଛି । ଆଉ ଏଥିରେ ସର୍ବାଗ୍ରେ ସଚ୍ଚ଼ିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନାଁ ରହିଛି । ସୂଚନାଯୋଗ୍ୟ ଯେ, ଗତ ରବିବାର ମୁମ୍ବାଇ ୩୬ ରନରେ ହାରିବା ପରେ ଅର୍ଜୁନଙ୍କ ନାମରେ ସୋସିଆଲ ମିଡିଆରେ ଜୋରଦାର ସମର୍ଥନ ହେଉଛି । ସୂଚନାଯୋଗ୍ୟ ଫ୍ୟାନ୍ସ ଟିମରେ ସବୁଠୁ ଦାମୀ ଖେଳାଳି ଇଶାନ କିସାନଙ୍କୁ ବାହାର କରି ଅର୍ଜୁନ ତେନ୍ଦୁଲକରଙ୍କୁ ଖେଳାଇବାକୁ ଦାବି କରିଛନ୍ତି ।