ବିଶ୍ୱର ଅନ୍ୟ ନେତାଙ୍କୁ ପଛରେ ପକେଇ ମୋଦୀ ପୁଣି ନମ୍ବର ୧

ନୂଆଦିଲ୍ଲୀ: ଲୋକପ୍ରିୟତାରେ ପୁଣି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଂ-୧ । ଦ ମର୍ଣ୍ଣିଂ କନସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେ ତାଙ୍କ ଆପ୍ରୁଭାଲ ରେଟିଂ ସର୍ବାଧିକ ଥିବା କୁହାଯାଇଛି । ଏହି ସର୍ଭେରେ ମୋଦୀଙ୍କ ଆପ୍ରୁଭାଲ ରେଟିଂ ୭୦ ପ୍ରତିଶତ ରହିଛି । ୬୬ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍‌ ଓବ୍ରାଡର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ୫୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ତୃତୀୟ ସ୍ଥାନରେ ଅଛନ୍ତି ଇଟାଲିର ରାଷ୍ଟ୍ରପତି ମେରିଓ ଡ୍ରାଘି । ୫୪ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଟତୁର୍ଥ ସ୍ଥାନରେ ଅଛନ୍ତି ଜର୍ମାନର ଆଞ୍ଜେଲା ମାର୍କେଲ । ତାଙ୍କ ତଳକୁ ୪୭ ପ୍ରତିଶତ ଆପ୍ରୁଭାଲ୍‌ ରେଟ୍‌ ସହ ରହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ । ୪୪ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଷଷ୍ଠ ସ୍ଥାନରେ ରହିଛନ୍ତି ।