ପେଟ୍ରୋଲ ୧୦ ଓ ଡିଜେଲ ୫ ଟଙ୍କା ହ୍ରାସ କଲେ ପଞ୍ଜାବ ସରକାର

ଚଣ୍ଡୀଗଡ଼: ପେଟ୍ରୋଲ ଏବଂ ଡିଜେଲ ଉପରୁ ଭାଟ ହ୍ରାସ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି । ପେଟ୍ରୋଲ ଲିଟର ପିଛା ୧୦ ଓ ଡିଜେଲ ୫ ଟଙ୍କା ହ୍ରାସ କରାଯାଇଛି । ପଞ୍ଜାବ ସରକାରଙ୍କ ଏହି ପଦକ୍ଷେପ ଆସନ୍ତା ବିଧାନସଭା ନିର୍ବାଚନ ସହ ଜଡିତ ଅଛି ବୋଲି ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ୍ସାଇଜ୍‌ ଡ୍ୟୁଟି ହ୍ରାସ ହେବା ପରେ ବିଜେପି ଶାସିତ ରାଜ୍ୟ ସେମାନେ ମଧ୍ୟ ଭାଟ୍‌ ହ୍ରାସ କରିଥିଲେ । କିନ୍ତୁ କଂଗ୍ରେସ ଶାସିତ ରାଜ୍ୟମାନେ ଭାଟ ହ୍ରାସ କରିବାକୁ ମନା କରିଥିଲେ । ସୂଚନାଥାଉ କି କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ ଓ ଡିଜେଲରେ ଲିଟର ପିଛା ୧୦ ଟଙ୍କା ଏକ୍ସାଇଜ୍‌ ଡ୍ୟୁଟି ହ୍ରାସ କରିଥିଲେ ।