ସିରିଜ ବୋମା ମାଡରେ ଜଳିଗଲା ୩୦ ଘର

ବ୍ରହ୍ମଗିରି : ସିରିଜ ବୋମାମାଡରେ ଜଳିଗଲା ୩୦ ଘର ପୋଡିଯିବା ସହ ୩ ଜଣ ଆହତ ହୋଇଛନ୍ତି । ଏହି ଘଟଣା ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସାତପଡା ନାଥପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ କାରଣରୁ ବୋମାମାଡ ହୋଇଥିଲା । ବୋମାମାଡରେ ନାଥପୁର ଗାଁର ୩୦ ଘର ପୋଡିଯାଇଥିବା ଜଣାପଡିଛି । ଏହି ଘଟଣାକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବୋମା ମାଡରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ପ୍ରକାଶ ଯେ, ନାଥପୁରର ଦୁଇ ସାହିରେ ଜମି ଜବରଦଖଲକୁ ନେଇ ବିବାଦ ଲାଗି ରହିଥିଲା । ଏହି ମାମଲା ବୁଝାମଣା ମାଧ୍ୟମରେ ସମାଧାନ କରିବାକୁ ଉଭୟ ସାହିର ଲୋକମାନ ବୈଠକ କରିଥିଲେ । ଉକ୍ତ ବୈଠକରେ କଥା କଟାକଟି ପରେ ବୋମା ମାଡ କରିଥିଲେ କିଛି ବ୍ୟକ୍ତି । ଯାହା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡିଛି ।