ନୂଆ ଘରକୁ ନେଇ ଚର୍ଚ୍ଚାରେ ରଣବୀର-ଆଲିଆ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋରଦାର ହେଉଛି । ଗଣମାଧ୍ୟମ ଖବର ଅନୁସାରେ ଉଭୟ ଦମ୍ପତ୍ତି ଆସନ୍ତା ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବେ । ତେବେ ସେମାନେ ଉଭୟ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍‌ କରୁଛନ୍ତି । ପ୍ରଶଂସକମାନେ ଉତ୍ସାହର ସହ ସେମାନଙ୍କ ବିବାହକୁ ଅପେକ୍ଷା କରିଛନ୍ତି । ହେଲେ ଏହି ସମୟରେ ନୀତୁ କପୁର, ରଣବୀର ଓ ଆଲିଆ ତାଙ୍କ ନୂଆ ଘର ନିର୍ମାଣସ୍ଥଳୀ ପରିଦର୍ଶନ କରିଛନ୍ତି । ଏହାପୂର୍ବରୁ ମଧ୍ୟ ସେମାନେ ଅନେକ ଥର ଏଠାରେ ନଜର ଆସିଛନ୍ତି । ଏହି ନୂତନ ଘରଟି ହେଉଛି ବାନ୍ଦ୍ରାଠାରେ । କୁହାଯାଉଛି ଯେ ରଣବୀର ଏବଂ ଆଲିଆ ବିବାହ ପରେ ସେମାନେ ଏହି ନୂତନ ଘରେ ରହିବେ ବୋଲି ଜଣାପଡିଛି ।