ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ମୃତ

ଜୟପୁର: ରାଜସ୍ଥାନର ଜୈସଲାମେରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ଓଲଟି ପଡ଼ିବାରୁ ଗୋଟିଏ ପରିବାରର ୫ଜଣଙ୍କ ମୃତ ଘଟିଛି । ପ୍ରକାଶ ଯେ, କାରରେ ପରିବାର ଲୋକେ ମନ୍ଦିର ଦର୍ଶନ ପାଇଁ ଯାଉଥିବାବେଳେ ବାଟରେ ସେମାନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ମୃତକମାନେ ହେଲେ ଗୋଟିଏ ପରିବାରର । ଦ୍ରୁତ ବେଗରେ ଥିବା କାର ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ ଫଳରେ କାର ଓଲଟି ପଡ଼ିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମୂର୍ଣ୍ଣ ଭାଙ୍ଗିଯାଇଛ । ଖବର ପାଇ ଘଟଣାସ୍ଥଳରେ ସୀମା ସୁରକ୍ଷା ବଳର ଯବାନମାନେ ଓ ପୋଲିସ ପହଞ୍ଚିଥ କାରରେ ଫସି ରହିଥିବା ଶବଗୁଡ଼ିକୁ ବାହର କରିଥିଲା ।