ଚେନ୍ନାଇରେ ବର୍ଷା ବିତ୍ପାତ

ଚେନ୍ନାଇ: ଚେନ୍ନାଇରେ ବର୍ଷାର ତାଣ୍ଡବ । ପ୍ରବଳ ବର୍ଷାରେ ରାଜଧାନୀ ବେହାଲ ହୋଇପଡିଥିବା ସହ ଳୁଆ ଅଞ୍ଚଳରେ ପାଣି ଭର୍ତ୍ତି ହୋଇଯାଇଛି । ଏଣୁ ଯାତାୟାତ ପ୍ରଭାବିତ ହୋଇଛି । ଗତ କିଛି ଦିନ ହେଲା ତାମିଲନାଡୁରେ ବର୍ଷା ଲାଗି ରହିଛି । ଆଇଏମଡି ରାଜ୍ୟରେ ଅନେକ ଅଞ୍ଚଳରେ ବର୍ଷା ଚେତାବନୀ ଜାରି କରିଛନ୍ତି । ଅଧିକ ବର୍ଷା ଆଶଙ୍କାରେ ଏନଡିଆରଏଫ ବ୍ୟାକଅପ୍‌ ରଖାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି । ପ୍ରବଳ ବର୍ଷା ଯୋଗୁ ଜଳାଶୟ ଏବେ ଜଳଧାରଣ କ୍ଷମତାର ପାଖାପାଖି ପହଞ୍ଚିଗଲାଣି । ଏଣୁ କୌଣସି ମୂହୁର୍ତ୍ତରେ ଜଳାଶୟରୁ ଜଳ ନିଷ୍କାସନ କରାଯାଇପାରେ । ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଯୋଗୁ ଅଦିନିଆ ବର୍ଷା ହେଉଥିବାର ଆଇଏମଡି କହିଛନ୍ତି