୧୫ରୁ ୧୮ ବର୍ଷିୟ ପିଲା ଆସନ୍ତା ୧ରୁ କୋୱିନ ଆପରେ ପଞ୍ଜିକରଣ କରିପାରିବେ

ନୂଆଦିଲ୍ଲୀ : ୧୫ ରୁ ୧୮ ବର୍ଷ ବୟସର ପିଲାମାନେ ଆସନ୍ତା ୧ରୁ କୋୱିନ ଆପ୍‌ରେ ପଞ୍ଜିକରଣ କରିପାରିବେ । ତେବେ କେତେକ ପିଲାଙ୍କର ଆଧାର ଓ ଅନ୍ୟ କୌଣସି ପରିଚୟ ପତ୍ର ନଥିବା ଆଶଙ୍କା କରି ପଞ୍ଜିକରଣ ପାଇଁ ଅତିରିକ୍ତ ଭାବେ ଷ୍ଟୁଡେଣ୍ଟ ଆଇଡି କାର୍ଡ (୧୦ମ ଶ୍ରେଣୀ) ସାମିଲ ହୋଇଛି । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଆସନ୍ତା ଜାନୁଆରି ୩ରୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ ।