କାର ଧକ୍କାରେ ଦୁଇ ମୃତ

ଜଳେଶ୍ୱର : ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ବେଳେ ଏକ କାର ଧକ୍କାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହେବା ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟରା ବାଲେଶ୍ୱର ଜିଲ୍ଲାରେ ଘଟିଛି । ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି ।

ପ୍ରକାଶ ଯେ, ୫୭ ନମ୍ବର ରାଜ୍ୟ ରାଜପଥର ନଗୁଁଆ ଛକ ନିକଟସ୍ଥ ରାସ୍ତା ପାଶ୍ୱର୍ରେ ଦୁଇ ଜଣ ପିଲାଙ୍କ ସମେତ ୬ ଠିଆ ହୋଇଥିଲେ । ସେହି ସମୟରେ ଏକ ଦ୍ରୁତଗାମୀ କାରଟି ମାଡି ଆସି ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ବାଇକରେ ପିଟି ହୋଇ ଲୋକଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜଳେଶ୍ୱରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ ଆହତଙ୍କ ଭିତରେ ଦୁଇ ଜଣ ଶିଶୁ ଥିବା ଜଣାପଡିଛି । ଖବର ପାଇ ଭୋଗରାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ବୁଝାସୁଝା କରି ଗାଡି ଚାଳକ ଓ ଅନ୍ୟମାନଙ୍କୁ ଉଦ୍ଧାର କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡିଛି ।