୧୦୦ ଦିନରେ ୧୦ ହଜାର ଚାକିରି: ଯୋଗୀ

ୟୁପି: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ସମସ୍ତ ଚୟନ ଆୟୋଗ, ବୋର୍ଡଙ୍କ ଅଧ୍ୟକ୍ଷଙ୍କ ସହିତ ବୈଠକ କରିଛନ୍ତି । ଏହି ସମୟରେ ଯୋଗୀ ସମସ୍ତ ସେବା ଚୟନ ବୋର୍ଡକୁ ୧୦୦ ଦିନର ଲକ୍ଷ୍ୟ ନେଇ ୧୦ ହଜାରରୁ ଊର୍ଦ୍ଧ୍ୱ ରାଜ୍ୟର ଯୁବକଯୁବତୀଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଭର୍ତ୍ତି ପ୍ରକ୍ରିୟାରେ ସଂରକ୍ଷଣ ନିୟମ ପୂର୍ଣ୍ଣତଃ ପାଳନ କରାଯିବ । ଭର୍ତ୍ତି ପ୍ରକ୍ରିୟାକୁ ସୂଚିତାପୂର୍ଣ୍ଣ, ପାରଦର୍ଶୀ, ନିଷ୍ପକ୍ଷ ଓ ଭ୍ରଷ୍ଟାଚାର ମୁକ୍ତ କରିବା ପାଇଁ ସତର୍କତା ଅବଲମ୍ବନ କରାଯିବ । ଏଥି ସହିତ ପ୍ରାର୍ଥୀଙ୍କୁ ଭେରିଫିକେଶନ ଠିକ ସମୟରେ କରାଯିବ । ଭର୍ତ୍ତି ପରୀକ୍ଷାକୁ ସମ୍ବନ୍ଧିତ ସଂସ୍ଥା ଶାସନ, ସଂପର୍କିତ ବିଭାଗ ଓ ଜିଲ୍ଲା ପ୍ରାଶାସନ ସହିତ ଆଲୋଚନା କରି ପୂରା କରାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଭର୍ତ୍ତି ପ୍ରକ୍ରିୟାକୁ ନେଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି