ଥରାଇଲା ଦୁଇ ଭୂକମ୍ପ

ନୂଆଦିଲ୍ଲୀ: ଦିନକରେ ଦେଶରେ ଅନୁଭୂତ ହୋଇଛି ଦୁଇ ଦୁଇଟି ଭୂକମ୍ପ। ମହାରାଷ୍ଟ୍ରର ପାଲଘର ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଏହି ଦୁଇଟି ଭୂକମ୍ପର କେନ୍ଦ୍ରସ୍ଥଳୀ ଥିବା ଜଣାପଡିଛି।

ଆଜି ସକାଳ ୬.୩୮ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭବ ହୋଇଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ଼ କରାଯାଇଛି। ଏନସିଏମ ଅନୁଯାୟୀ ଏହାର ଗଭୀରତା ୮୨ କିଲୋମିଟର ଥିଲା।

ସେହିପରି ମହାରାଷ୍ଟ୍ରର ପାଲଘରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ତିବ୍ରତା ରିକ୍ଟର ସ୍କେଲରେ ୨.୫ ରେକର୍ଡ଼ କରାଯାଇଛି। ଏନସିଏମ ଅନୁଯାୟୀ ଏହାର ଗଭୀରତା ୫ କିଲୋମିଟର ରେକର୍ଡ଼ ହୋଇଛି।


ମିଳିଥିବା ସୂଚନା ଅନୁଯାୟୀ, ପାଲଘରରେ ଭୂକମ୍ପର ଝଟକା ଭୋର ୪.୫୮ରେ ହୋଇଥିବା ବେଳେ ଆଣ୍ଡାମାନ ଓ ନିକୋବର ଠାରୁ ଅରୁଣାଞ୍ଚଳପ୍ରଦେଶ ଭୂକମ୍ପରେ ଥରି ଉଠିଥିଲା। ଅରୁଣାଞ୍ଚଳର ତୱାଙ୍ଗରେ ଭୂକମ୍ପର ତିବ୍ରତା ୩.୪ ରେକର୍ଡ଼ ହୋଇଛି। ସକାଳ ୭ଟା ୩୦ରେ ତୱାଙ୍ଗରେ ଭୂକମ୍ପ ହୋଇଥିବା ଜଣାପଡ଼ିଛି।

ଗତ ୨ ଦିନ ମଧ୍ୟରେ ମହାରାଷ୍ଟ୍ରର ଭିନ୍ନ ଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ସେପ୍ଟେମ୍ବର ୪ରେ ମହରାଷ୍ଟ୍ରର ରାଜଧାନୀ ମୁମ୍ବଇରେ ଓ ୫ ସେପ୍ଟେବରରେ ମହାରାଷ୍ଟ୍ରର ନାସିକରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ମାତ୍ର ଏଥିରେ କୌଣସି ଧନଜୀବନ କ୍ଷତି ହୋଇନଥିବା ସୂଚନା ମିଳିଛି।