୫ ମହଲା କୋଠା ଭୁଶୁଡ଼ିଗଲା, ୩ ମୃତ

ଆପାର୍ଟମେଂଟରେ କଂଗ୍ରେସ ନେତା ଜିଶାନ ହୈଦରଙ୍କ ପରିବାର ରହୁଥିଲେ…

ଲକ୍ଷେ୍ନø: ଭୂକମ୍ପ ହେବାର ୩ ଘଂଟା ପରେ ଲକ୍ଷେ୍ନøର ହସନଗଞ୍ଜ ରୋଡ୍‌ସ୍ଥିତ ଗୋଟିଏ ୫ ମହଲା ବିଶିଷ୍ଟ କୋଠା ଭୁଶୁଡ଼ିଯିବା ଫଳରେ ଘଟଣାସ୍ଥଳରେ ତିନିଜଣ ପ୍ରାଣ ହରାଇଛନ୍ତି । ଭଙ୍ଗା କୋଠାତଳେ ବହୁ ଲୋକ ଫସିଥିବା ଅନୁମାନ କରାଯାଇଛି । ଉଦ୍ଧାରକାରୀ ଦଳ ଏ ଯାଏ ୮ ଜଣଙ୍କୁ ଉଦ୍ଧାର କରିଛନ୍ତି ।

ଶୁଣିବାକୁ ମିଳୁଛି, କୋଠାଟିର ଭୂଗର୍ଭସ୍ଥିତ ମେଜିଆ ଖୋଳା ଯାଉଥିଲା ବେଳେ ଦୁର୍ଘଟଣା ଘଟିଛି । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିବା ବେଳକୁ ଆଖପାଖ ଅଂଚଳର ଲୋକମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ ।

ୟୁପି ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଘଟଣାସ୍ଥଳରେ ପହଂଚି କହିଛନ୍ତି ଯେ ଏନ୍‌ଡିଆରଏଫ୍‌ ଓ ଏସ୍‌ଡିଆରଏଫ୍‌ ବିପନ୍ନଙ୍କୁ ଉଦ୍ଧାର କରୁଛନ୍ତି । ଆପାର୍ଟମେଂଟରେ କଂଗ୍ରେସ ନେତା ଜିଶାନ ହୈଦରଙ୍କ ପରିବାର ରହୁଥିଲେ । କୋଠାତଳେ ତାଙ୍କ ପରିବାରର କେହି ଫସିଥିବା ଆଶଙ୍କା କରାଯାଉଛି ।