ଯାତ୍ରୀଭଡ଼ାରୁ ରେଳବାଇର ରାଜସ୍ୱ ଆୟରେ ୭୬ ପ୍ରତିଶତ ବୃଦ୍ଧି

ଏପ୍ରିଲରୁ ନଭେମ୍ବର ୨୦୨୨ ମଧ୍ୟରେ ଭାରତୀୟ ରେଳବାଇର ସମୁଦାୟ ଆନୁମାନିକ ଆୟ ଗତବର୍ଷ ଏହି ସମୟ ତୁଳନାରେ ୭୬ ପ୍ରତିଶତ ବୃଦ୍ଧି ପାଇ ୪୩,୩୨୪ କୋଟି ଟଙ୍କା ହୋଇଛି । ଗତବର୍ଷ ଏହି ସମୟ ମଧ୍ୟରେ ରେଳବାଇର ଆୟ ୨୪,୬୩୧ କୋଟି ଟଙ୍କା ଥିଲା ।

 

ଏପ୍ରିଲ ୧ରୁ ନଭେମ୍ବର ୩୦, ୨୦୨୨ ମଧ୍ୟରେ ସଂରକ୍ଷିତ ବର୍ଗରେ ବୁକ କରିଥିବା ସମୁଦାୟ ଆନୁମାନିକ ଯାତ୍ରୀଙ୍କ ସଂଖ୍ୟା ଗତବର୍ଷ ଏହି ସମୟରେ ବୁକ କରିଥିବା ଯାତ୍ରୀଙ୍କ ସଂଖ୍ୟା ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ହୋଇ ୫୩୬୫ ଲକ୍ଷ ରହିଛି । ଗତବର୍ଷ ଏହି ସମୟ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ୪୮୬୦ ଲକ୍ଷ ଥିଲା । ସଂରକ୍ଷିତ ଶ୍ରେଣୀରୁ ଏପ୍ରିଲ ୧ରୁ ନଭେମ୍ବର ୩୦, ୨୦୨୨ ମଧ୍ୟରେ ୩୪୩୦୩ କୋଟି ଟଙ୍କା ରାଜସ୍ୱ ଆୟ ହୋଇଛି । ଗତବର୍ଷ ଏହି ସମୟ ତୁଳନାରେ ଏହା ୫୦ ପ୍ରତିଶତ ଅଧିକ ରହିଛି । ଗତବର୍ଷ ଏହି ସମୟ ମଧ୍ୟରେ ୨୨୯୦୪ କୋଟି ଟଙ୍କା ଆୟ ହୋଇଥିଲା ।

ଏପ୍ରିଲ ୧ରୁ ନଭେମ୍ବର ୩୦, ୨୦୨୨ ମଧ୍ୟରେ ଅସଂରକ୍ଷିତ ବର୍ଗରେ ବୁକ କରିଥିବା ଯାତ୍ରୀଙ୍କ ସଂଖ୍ୟା ୩୫,୨୭୩ ଲକ୍ଷ ହୋଇଛି । ଏହା ଗତବର୍ଷ ଏହି ସମୟ ଅବଧି ମଧ୍ୟରେ ଯାତ୍ରା କରିଥିବା ଯାତ୍ରୀଙ୍କ ସଂଖ୍ୟାରେ ୧୫୫ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି । ଗତବର୍ଷ ଏହି ସମୟ ମଧ୍ୟରେ ୧୩୮୧୩ ଲକ୍ଷ ଯାତ୍ରୀ ବୁକ କରିଥିଲେ । ଅସଂରକ୍ଷିତ ଶ୍ରେଣୀରୁ ଏପ୍ରିଲ ୧ରୁ ନଭେମ୍ବର ୩୦, ୨୦୨୨ ମଧ୍ୟରେ ଗତବର୍ଷ ଏହି ସମୟ ତୁଳନାରେ ୪୨୨ ପ୍ରତିଶତ ଅଧିକ ରାଜସ୍ୱ ଆଦାୟ ହୋଇ ୯୦୨୧ କୋଟି ଟଙ୍କାରେ ପହଞ୍ଚିଛି । ଗତବର୍ଷ ଏହି ସମୟ ଅବଧି ମଧ୍ୟରେ ୧୭୨୮ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା ।