ମା କନ୍ଧୁନି ବୁଢ଼ୀ କ୍ରିକେଟ ଟୁର୍ନାମେଣ୍ଟ : କେଳାକଟା ଦଳ ଚମ୍ପିୟାନ

ବୌଦ୍ଧ : ବୌଦ୍ଧ ବ୍ଲକ ମୁଣ୍ଡlପଡl ପଂଚାୟତ ମୁଣ୍ଡାପଡା ମଧ୍ୟ ଇଂରାଜୀ ବିଦ୍ୟାଳୟ ପଡିଆରେ ଫ୍ରେଣ୍ଡସ କ୍ଳବ ଆନୁକୂଲ୍ୟରେ ମା କନ୍ଧୁଣି ବୁଢ଼ୀ କ୍ରିକେଟ ପ୍ରତିଯୋଗିତା ଅନ୍ତିମ ଦିବସରେ କେଳାକଟା ଦଳ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା l ଫାଇନାଲ ମ୍ୟାଚ କେଳାକଟା ଓ ନୂଆପାଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ କେଳାକଟା ଦଳ ଟସ ଜିତି 12 ଓଭରରେ 90 ରନ ସଂଗ୍ରହ କରିଥିବା ବେଳେ ନୂଆପାଲି ଦଳ 78 ରନ ସଂଗ୍ରହ କରି ପରାଜିତ ହୋଇଥିଲେ l କେଳାକଟା ଦଳ ଚମ୍ପିୟାନ ହୋଇଥିଲେ l

ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ସମ୍ମାନିତ ଅତିଥି ଭାବେ ମୁଣ୍ଡାପଡା ପୂର୍ବତନ ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ଗ୍ରାମ ସେବକ ନରସିଂହ ଶୁଣ୍ଢୀ, ନାଏବ, ସରପଞ୍ଚ ସୁମନ୍ତ ନାଏକ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ଓ ଉପବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ଦେଇ ପୁରସ୍କୃତ କରିଥିଲେ l ମିଥୁନ ରାଜହଂସ, ପ୍ରକାଶ ନାଏକ, କାହ୍ନl ଝାଙ୍କର, ସମନାଏକ ଖେଳ ପରିଚାଳନା କରିଥିବା ବେଳେ ଅଜିତ କୁମାର ସାହୁ ସ୍କୋରର ଦାୟିତ୍ୱ ତୁଲାଇ ଥିଲେ l ମୁଣ୍ଡାପଡା ଫ୍ରେଣ୍ଡସ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l