କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ସିଦ୍ଧ ଜଗନ୍ନାଥଙ୍କ ପାଖରେ ଲାଗି ହେଲା ଶତାଧିକ ବ୍ୟଞ୍ଜନ

ଆଜି ହେଉଛି ବ୍ୟଞ୍ଜନ ଦ୍ଵାଦଶୀ ।।ପୁରାଣ ଅନୁଯାୟୀ ଆଜି ଦିନରେ କୃଷ୍ଣଙ୍କୁ ମା ଯଶୋଦା ପ୍ରଥମେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଖୁଆଇଥିଲେ । ଏହି ଦିନ ଅନୁସାରେ ଭାରତୀୟ ସଂସ୍କୃତି ଅନୁଯାୟୀ ବିଭିନ୍ନ ମଠ ମନ୍ଦିରରେ କୃଷ୍ଣଙ୍କୁ ବ୍ୟଞ୍ଜନ ଲାଗି ହୋଇଥାଏ । କଳି ଯୁଗରେ ଜଗନ୍ନାଥ ହେଉଛନ୍ତି କୃଷ୍ଣଙ୍କ ଅବତାର ରୂପେ ଗ୍ରହଣ କରାଯାଇଥାଏ । ଏହି ଅବସରରେ କେନ୍ଦୁଝର ଜିଲ୍ଲାର ସ୍ଥାନୀୟ ସିଦ୍ଧ ମଠ ସ୍ଥିତ ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରରେ ବ୍ୟଞ୍ଜନ ଦ୍ଵାଦଶୀ ପାଳନ କରାଯାଇଥିଲା । ଦୈନିକ ରୀତିନୀତି ପରେ ସିଦ୍ଧ ଜଗନ୍ନାଥଙ୍କ ଠାରେ ଏକ ଶହ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସାଦ ରୂପେ ପରିବେଷଣ କରାଯାଇଥିଲା । ଶୁଖିଲା ଭୋଗ ସହ ରନ୍ଧା ଖାଦ୍ୟ ଓ ବିଭିନ୍ନ ପ୍ରକାରର ଫଳ ମୂଳ ଜଗନ୍ନାଥଙ୍କୁ ପ୍ରସାଦ ଲାଗି କରାଯାଇଥିଲା । କେନ୍ଦୁଝରର ପ୍ରସିଦ୍ଧ କର୍ପୁର କେଳି ସହ ଫୁଲ ବଡି, ମଞ୍ଜି ବଢ଼ି,ଭଜା ଖିଚିଡି, ଦଳା ଖେଚୁଡ଼ି, ଡାଲମା, ଖଟା, ଲଡୁ, କାକରା, ରସଗୋଲା ଆଦି ପ୍ରସାଦ ଲାଗି ହୋଇଥିଲା । ସିଦ୍ଧ ଜଗନ୍ନାଥଙ୍କ ନବ କଳେବର ପରେ ଏହି ବ୍ୟଞ୍ଜନ ଦ୍ଵାଦଶୀ ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରରେ ପହଣ୍ଡିଆ ସେବକଙ୍କ ଦ୍ୱାରା ସଂମ୍ପନ ହେଇଆସୁଅଛି । ଏହି ଅବସରରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ ।