କିନ୍ନର ସଂଘ ର ପ୍ରାଚୀ ଦାସ ଅଧ୍ୟକ୍ଷତାରେ ଶୀତ ଵସ୍ତ୍ର ,କମ୍ବଲ ବଣ୍ଟନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା କିନ୍ନର ସଂଘ ର ପ୍ରାଚୀ ଦାସ ଅଧ୍ୟକ୍ଷତାରେ ଶୀତ ଵସ୍ତ୍ର ,କମ୍ବଲ ବଣ୍ଟନ କରଯାଇଥିଲା।ସାଜନା ସାମଲ, ମିସ୍ତି ଦାସ,ଗୌରୀ ପ୍ରଧାନ, ସୁମିତ୍ରା ବେହେରା ଉପସ୍ଥିତ ରହି ଶୀତ ପାଇଁ କମ୍ବଳ ବଣ୍ଟନ ଶୀତ ଋତୁ ପାଇଁ କେନ୍ଦୁଝର ଜିଲ୍ଲା ର ରିମୂଲି ଚିମିଲିଆ ସ୍ଥାନରେ ବଣ୍ଟନ କାର୍ଯ୍ୟ ଚାଲିଛି। ବର୍ତମାନ ଦୁଇ ଦିନ ହେଲା କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । ଦିନକୁ ଦିନ ଜିଲ୍ଲା ସଦରମହକୁମା ସମେତ ଓଡିଶାର କାଶ୍ମୀର ଭାବରେ ସୁପରିଚିତ କେନ୍ଦୁଝର ଓ ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳ ଗୁଡିକରେ,ତାପମାତ୍ରା କମିବାରେ ଲାଗିଛି । ଅନ୍ୟ ଆଭ୍ୟନ୍ତରୀଣ ଅଂଚଳ ଗୁଡିକରେ ମଧ୍ୟ ତାପମାତ୍ର ତଳକୁତଳକୁ ଖସିବାରେ ଲାଗିଛି ।ପରେ ଲଘୁଚାପର ପ୍ରଭାବରେ କିଛି ଦିନ ଶୀତର ପ୍ରଭାବ କମିଥିବା ବେଳେ ଗତ ୨ ତାରିଖରେ ଶୀତର ପ୍ରଭାବ ଆରମ୍ଭ ହୋଇ ତାପମାତ୍ରା କମିବାରେ ଲାଗିଛି ।ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଶୀତ ଯୋଗୁଁ ହାତଗୋଡ କାଲୁଆ ମାରିଦେଉଛି ତେଣୁ ସଂନ୍ଧ୍ୟା ହେଲେ କେନ୍ଦୁଝର ଜିଲ୍ଲା ସଦରମହକୁମା ଏବଂ ଜିଲ୍ଲାର ସମସ୍ତ ବ୍ଳକ ମୁଖ୍ୟାଳୟ ଗୁଡିକରେ ରାସ୍ତାଘାଟ ଖାଁଖାଁ ଲାଗୁଛି । ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି । ଅଧିକାଂଶ ବୟସ୍କ ଲୋକେ ନିଆଁ ପାଖରେ ବସି ଶୀତ ଦାଉରୁ ରକ୍ଷା ପାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । ଦୋକାନବଜାର ମଧ୍ୟ ଖାଲିଖାଲି ହୋଇପଡୁଛି । ସେହିପରି ସକାଳୁ ଘନ କୁହୁଡି ଛାଇ ହୋଇପଡୁଥିବାରୁ ସୂର୍ଯ୍ୟ କିରଣ ସକାଳ ୧୦ଟା ପରେ ହିଁ ଠିକ ଭାବରେ ଦେଖିବାକୁ ମିଳୁଛି । ଲୋକେ ସକାଳୁ ପ୍ରଥମେ ନିଜକୁ ଶୀତ ଦାଉରୁ ରକ୍ଷା ପାଇବାକୁ ଏବଂ କାର୍ଯ୍ୟରେ ଯୋଗ ଦେବା ପୁର୍ବରୁ ନିଜକୁ ପ୍ରସ୍ତୁତ କରିବାକୁ ପ୍ରଥମେ ନିଆଁ ପାଖରେ ବସି ରହୁଥିବା ଦେଖିବାକୁ ମିଳୁଛି । ଯୁବ ଗୋଷ୍ଠୀ ଏବଂ ଅନ୍ୟମାନେ ଏହି ଶୀତରେ ନିଜକୁ ସତେଜ ରଖିବାକୁ ସକାଳୁ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି । କେନ୍ଦୁଝର ଜିଲ୍ଲାରେ ଥିବା ପ୍ରକୃତିକ ସୌନ୍ଧର୍ଯ୍ୟକୁ ଉପୋଭୋଗ କରିବାକୁ ଜିଲ୍ଲା ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭୀଡ ମଧ୍ୟ ବଢିବାରେ ଲାଗିଛି । ସକାଳୁ ସେମାନେ ଶୀତୁଆ ସକାଳରେ ଚା ପିଇବାର ମଜା ନେଇଉଥିବା ଦେଖିବାକୁ ମିଳୁଛି ।