କାରଖାନା କାନ୍ଥ ଭୁଷୁଡି ୮ଶ୍ରମିକ ମୃତ ୬ ଆହତ

ରାଜସ୍ଥାନ : କାନ୍ଥ ଭୁଷୁଡି ୮ ଜଣ ଶ୍ରମିକଙ୍କ ମୃତ୍ୟୁ କରିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ରାଜସ୍ଥାନର ଜୋଧପୁର ଜିଲ୍ଲା ବାସନୀ ଅଞ୍ଚଳରେ ଏକ ନିର୍ମାଣଧୀନ କାରଖାନାର କାନ୍ଥ ଭୁଷୁଡି ଯିବାରୁ ଏଭଳି ଅଘଟଣା ଘଟିଛି ।

ପୁଲିସ ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ ହଠାତ କାରଖାନାଟିର କାନ୍ଥ ଭୁଷୁଡ଼ି ପଡିଥିଲା। ଏହି ଦୁର୍ଘଟଣା ସମୟରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ସହ ଅନ୍ୟ କିଛି ଶ୍ରମିକ ମାଟି ତଳେ ଦାବି ହୋଇ ରହିଥିଲେ ଯାହାଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ କିଛି ଶ୍ରମିକ ଅନ୍ୟ ସ୍ଥାନର ବୋଲି ଜଣାପଡ଼ିଛି। ଏହାସହ ଦୁର୍ଘଟଣା କିପରି ଘଟିଲା, ତାହା ସମ୍ପର୍କରେ ଏପର୍ୟ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି।

ଅନ୍ୟପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଟ୍ୱିଟ କରି ଗଭୀର ଶୋକ ଜଣାଇଛନ୍ତି। ଏହାସହ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତ ମାନଙ୍କ ଚିକିତ୍ସା ପାଇଁ ୪୦,୦୦୦ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।