ରାମଲଲାଙ୍କ ଜନ୍ମସ୍ଥାନରେ ଜଳିବ ୯ଲକ୍ଷ ଦୀପ

ନୂଆଦିଲ୍ଲୀ: ଆଗକୁ ଦୀପାବଳି । ଆଲୋକ ମାଳାରେ ସଜେଇ ହେଉଛି ଅଯୋଧ୍ୟା । ଦୀପାବଳିରେ ସବୁ ମନ୍ଦିର ଓ ମଠରେ ରାମଲଲାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ପୁରା ଅଯୋଧ୍ୟାକୁ ଆଲୋକିତ କରିବା ପାଇଁ କାର୍ଯ୍ୟକ୍ରମ ଚାଲିଛି । ମନ୍ଦିର ଏବଂ ରାସ୍ତାକୁ ପୁରା ଆଲୋକ ମାଳାରେ ସଜାଯିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାମଲଲାଙ୍କ ମନ୍ଦିର ଠାରୁ ପ୍ରାୟ ୧୫ କିମି ପର୍ଯ୍ୟନ୍ତ ଲୋକରେ ସଜାଯିବ । ସବୁଠୁ ବଡ କଥା ହେଉଛି ରାମଲଲାଙ୍କ ଜନ୍ମସ୍ଥାନରେ ପ୍ରାୟ ୯ଲକ୍ଷ ଦୀପ ଲଗାଯିବାର କାର୍ଯ୍ୟକ୍ରମ ରହିଛି ।