ଧୋନିଙ୍କ ଟିମ୍‌ ନୀରଜଙ୍କୁ କୋଟିଏ ଟଙ୍କା ଉପହାର

ନୂଆଦିଲ୍ଲୀ: ଭାରତ ପାଇଁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ଏକ କୋଟି ଟଙ୍କା ଉପହାରା ଦେଇଛି ଧୋନିଙ୍କ ଟିମ । ଚଳିତ ଆଇପିଏଲରେ ଚାମ୍ପିୟନ ହୋଇଥିବା ଧୋନିଙ୍କ ନେତୃତ୍ୱାଧୀନ ସିଏସକେ ନୀରଜଙ୍କୁ କୋଟିଏ ଟଙ୍କା ଦେଇଛି । ସିଏସକେ ଟ୍ୱିଟରରେ ନୀରଜଙ୍କ ସହ ଏକ ଫଟୋ ସେୟାର କରି ଏ ସୂଚନା ଦେଇଛନ୍ତି । ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ପଦକ ଜିତିବା ପରେ ଏକ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲା ସିଏସକେ । ଏହା ସହ ଏକ ସ୍ୱତନ୍ତ୍ର ଜର୍ସି ମଧ୍ୟ ନୀରଜଙ୍କୁ ଦେଇଛି ସିଏସକେ । ଏହି ଜର୍ସିରେ ୮୭୫୮ ପ୍ରିଣ୍ଟ ରହିଛି । ନୀରଜ ୮୭.୫୮ ମିଟର ଦୂର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ ।