‘ଦି କଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ‘ଦି କଶ୍ମୀର ଫାଇଲ୍ସ’ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ପୁଲିସ ଷ୍ଟେସନରେ ମାମଲା ଦାୟର ହୋଇଛି । ନିକଟରେ ଏକ ଇଣ୍ଟରଭ୍ୟୁରେ ବିବେକ ଭୋପାଳବାସୀଙ୍କ ନାମରେ ବିବାଦିତ ବୟାନ ଦେଇଥିଲେ । ଏହାକୁ କେନ୍ଦ୍ର କରି ରୋହିତ ପଣ୍ଡିତ ନାମକ ବ୍ୟକ୍ତି ମାମଲା ଦାୟର କରିଛନ୍ତି । ଭୋପାଳୀ ହେବାର ଅର୍ଥ ନବାବୀ ଚିନ୍ତାଧାରା ରଖିଥିବା ବ୍ୟକ୍ତି ବୋଲି ବିବେକ ଅଗ୍ନିହୋତ୍ରୀ ବୟାନ ଦେଇଥିଲେ । ବିବେକଙ୍କ ଏହି ବୟାନ ପରେ ରାଜନୀତି ସରଗରମ ହୋଇଛି ।