୧୦ ଦିନରେ ବଢ଼ିଲାଣି ୯ ଥର ପେଟ୍ରୋଲ ଡିଜେଲ

ଭୁବନେଶ୍ୱର: ଆଜି ପୁଣି ବଢ଼ିଲା ତୈଳ ଦର । ଲଗାତ ୧୦ ଦିନ ହେଲା ତୈଳ ଦର ବୃଦ୍ଧି ପାଉଛି । ମାତ୍ର ୧୦ ଦିନ ମଧ୍ୟରେ ୯ ଥର ପାଇଁ ତୈଳ ଦର ବୃଦ୍ଧି କରାଯାଇଛି । ଆଜି ଦେଶର ବିଭିନ୍ନ ସ୍ଥାନରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ପଇସାରୁ ଊର୍ଦ୍ଧ୍ଵ ବୃଦ୍ଧି ପାଇଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଗତକାଲି ରାଜଧାନୀ ନୂଆ ଦିଲ୍ଲୀ​‌ରେ ପେଟ୍ରୋଲ ଦର ୧୦୧ ଟଙ୍କା ଟପିଥିବା ବେଳେ ଆଜି ୧୦୨ଟଙ୍କା ଆଡ଼କୁ ମୁହାଁଇଛି ଦର । ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୧ଟଙ୍କା ୮୧ ପଇସା ରହିଛି । ଡିଜେଲ ମଧ୍ୟ ଲିଟର ପ୍ରତି ଦିଲ୍ଲୀରେ ୯୩ଟଙ୍କା ୦୭ ପଇସା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୧୧୬ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ୧୦୦ ଟଙ୍କା ୯୪ ପଇସା ରହିଛି । ଚେନ୍ନାଇରେ ମଧ୍ୟ ତୈଳ ଦର ୧୦୭ଟଙ୍କା ଟପିଲାଣି । ଚେନ୍ନାଇରେ ପେଟ୍ରୋଲ ୧୦୭ଟଙ୍କା ୪୫ ପଇସା ଥିବା ବେଳେ ଡିଜେଲ ୯୭ ଟଙ୍କା ୯୨ ପଇସା ରହିଛି । କୋଲକାତାରେ ପେଟ୍ରୋଲ ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । କୋଲକାତାରେ ପେଟ୍ରୋଲ ୧୧୧ଟଙ୍କା ୩୫  ପଇସା ଓ ଡିଜେଲ ୯୬ଟଙ୍କା ୨୨ ପଇସା ରହିଛି ।