ଇଟାଲୀରୁ ଆସିଥିବା ପୁଣି ବିମାନ ଭର୍ତ୍ତି ପଜିଟିଭ

ଅମୃତସର: ପଞ୍ଜାବର ଅମୃତସର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୁଣି ବିମାନ ଭର୍ତ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ଇଟାଲୀରୁ ଆସିଥିବା ଏକ ବିମାନରେ ପୁଣି ଥରେ ୧୫୦ ଯାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଏହି ବିମାନରେ ୨୯୦ ଯାତ୍ରୀଙ୍କୁ ନେଇ ମିଲାନ ସହରରୁ ଅମୃତସର ପହଞ୍ଚିଛି । ସମସ୍ତ ଯାତ୍ରୀଙ୍କୁ କ୍ୱାରେଣ୍ଟାଇନ୍‌ କରାଯାଇଛି ।

ସୂଚନାଯୋଗ୍ୟ ଗତ ଗୁରୁବାର ମଧ୍ୟ ଇଟାଲୀରୁ ଆସିଥିବା ଏକ ବିମାନରେ ୧୭୦ ଯାତ୍ରୀଙ୍କ ମଧ୍ୟରୁ ୧୨୫ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଅନ୍ୟପକ୍ଷରେ ଦେଶରେ ଏବେ ଦୈନିକ ସଂକ୍ରମଣ ଏକ ଲକ୍ଷ ପାର କରିଛି ।