ବନ୍ଦ ହେଲା ନନ୍ଦନକାନନ ଟିକେଟ୍‌ କାଉଣ୍ଟର

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌) : ରାଜ୍ୟରେ ନୂତନ କୋଭିଡ୍‌ ଗାଇଡଲାଇନ ଅନୁଯାୟୀ ଫେବୃଆରୀ ପହିଲା ପର୍ଯ୍ୟନ୍ତ ନନ୍ଦନକାନନରେ ଟିକେଟ କାଉଣ୍ଟର ବନ୍ଦ କରାଯାଇଛି । ତେବେ ପର୍ଯ୍ୟଟକ ଅନଲାଇନରେ ମାଧ୍ୟମରେ ଟିକେଟ ବୁକ୍‌ କରି ନନ୍ଦନକାନନ ବୁଲି ପାରିବେ । ସେହିପରି ଏହି ନୂଆ ନିୟମ ଯୋଗୁଁ ନନ୍ଦନକାନନରେ ବହୁ ପର୍ଯ୍ୟଟକ ହଟହଟା ହେବା ସହ ଅନେକ ନିରାଶ ହୋଇ ଫେରିଯାଇଛନ୍ତି ।

ଅନ୍ୟପକ୍ଷରେ ଅନ୍ୟପଟେ ଅନ୍‌ ଲାଇନ୍‌ରେ ସର୍ଭର ଜାମ ରହିବା ଯୋଗୁଁ ଟିକେଟ୍‌ ବୁକ୍‌ ହେଉନାହିଁ ବୋଲି ପର୍ଯ୍ୟଟକ ଅଭିଯୋଗ କରିଛନ୍ତି ।