ଆଇସିସିର ନୂଆ ନିୟମ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) କ୍ରିକେଟ୍‌ ନିୟମରେ ପରିବର୍ତ୍ତନ କରିଛି । ଏହି ନୂଆ ନିୟମ ଅନୁଯାୟୀ ବୋଲିଂ କରୁଥିବା ଦଳକୁ ଯେମିତି ହେଲେ ନିର୍ଦ୍ଧାରିତ ଓଭରରେ ନିଜର ବୋଲିଂ କୋଟା ପୁରା କରିବାକୁ ପଡିବ । ଯଦି ଦଳ ନିର୍ଦ୍ଧାରିତ ସମୟଠୁ ପଛରେ ରହେ ତେବେ ବଳକା ଓଭରରେ ଜଣେ ଖେଳାଳିଙ୍କୁ ୩୦ ଗଜ୍‌ ଭିତରେ ରହିବାକୁ ପଡିବ ।

ସେହିପରି ବୋଲିଂ କରୁଥିବା ଦଳକୁ ଏହାର କ୍ଷତି ସହିବାକୁ ପଡିପାରେ । ସଂପ୍ରତି ପାୱାଲ ପ୍ଲେ ପରେ ୩୦ ଗଜ ସର୍କଲ ବାହାରେ ୫ ଫିଲ୍ଡର ରହୁଛନ୍ତି । ମାତ୍ର ନୂତନ ନିୟମ ପରେ କେବଳ ୪ ଫିଲ୍ଡର ସର୍କଲ ବାହାରେ ରହିବେ । ଏହା ବାଦ ସିରିଜ୍‌ର ପ୍ରତିଟି ଇନିଂସ ମଝିରେ ଅଢେଇ ମିନିଟ୍‌ର ଡ୍ରିଙ୍କ୍ସ ବ୍ରେକ୍‌ ନିଆଯିବାର ନିୟମ ଲାଗୁ କରାଯାଇଛି । ଏହି ନୂଆ ନିୟମ ୱେଷ୍ଟଇଣ୍ଡିଜ୍‌ ଏବଂ ଆୟରଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୬ରୁ ଟି-୨୦ ମ୍ୟାଚ୍‌ରୁ ଲାଗୁ ହେବ ।