ବିବାହିତା ମହିଳାଙ୍କର ଖୁଲମଖୁଲା ଅନ୍ଦାଜ

ଭାରତ ଫେରିଲେ ଅଂଜୁ: ଚିନ୍ତାରେ ମୋଦି ସରକାର

ମାତ୍ର ୬ ମାସ ତଳେ ପାକିସ୍ତାନକୁ ବୁଲିବା ବାହାନାରେ ଯାଇ ରାଜସ୍ଥାନ ନିବାସୀ ଅଂଜୁ ସେଠାରେ ତାଙ୍କର ମୁସଲିମ ପ୍ରେମୀ ନସରୁଲ୍ଲାଙ୍କୁ ବିବାହ କରିଥିଲେ । ଭାରତର ଗୋଟିଏ ଘରୋଇ କଂପାନୀରେ ଡାଟା ଏଂଟ୍ରି ଅପରେଟର ଭାବେ କାର୍ଯ୍ୟରତ ଅଂଜୁ ଜଣେ ବିବାହିତା ମହିଳା । ପ୍ରଥମ ସ୍ୱାମୀ ଅରବିନ୍ଦ ଓ ପିଲାପିଲିଙ୍କୁ ଛାଡ଼ି ଦେଇ ପାକିସ୍ତାନ ଚାଲିଗଲେ । ଏବେ ଭାରତକୁ ଫେରି ଆସିଛନ୍ତି ଅଂଜୁ । କଥା କ’ଣ?

ସବୁଠାରୁ ବଡ଼କଥା ହେଉଛି, ଯୋଉ ସମୟରେ ପାକିସ୍ତାନ ବିବାହିତା ମହିଳା ସୀମା ହୈଦର ପାକିସ୍ତାନରୁ ଦୁବାଇ, ସେଠାରୁ ନେପାଳ । ନେପାଳରେ ଶ୍ରମିକ ଭାବେ ଦିନ କାଟୁଥିବା ବିହାରୀ ଯୁବକଙ୍କୁ ପ୍ରେମ ବିବାହ କରି ଭାରତରେ ପାଦ ଦେଇଥିଲେ । ସେତିକିବେଳେ ଗଣମାଧ୍ୟମକୁ ତଡକା ଦେଇଥିଲେ ଭାରତର ବିବାହିତା ମହିଳା ଅଂଜୁ ।

ବାପଘରକୁ ଯିବା ବାହାନା କରି ଅଂଜୁ ୱାଘା ସୀମା ଦେଇ ପାକିସ୍ତାନ ପଳାଇଲେ । ଲାହୋରରେ ପ୍ରେମୀ ନସରୁଲ୍ଲାଙ୍କୁ ଭେଟିବା ପରେ ଫୋନ୍‌ କରି ସ୍ୱାମୀ ଅରବିନ୍ଦଙ୍କୁ ସବୁ ବିଷୟ କହିଥିଲେ । ସବୁକିଛି ଚଳଚ୍ଚିତ୍ରର କାହାଣୀ ଭଳି ଘଟି ଯାଇଥିଲା । ସ୍ୱାମୀଙ୍କୁ ମିଛ କହି ପାକିସ୍ତାନ ଯାଇ ୬ ମାସ କଟାଇବା ପରେ ଭାରତକୁ ଫେରିଆସି ଅଂଜୁ କହିଛନ୍ତି ଯେ ପିଲାପିଲିଙ୍କ କଥା ମନେ ପଡ଼ିବାରୁ ସେ ଭାରତକୁ ଫେରିଛନ୍ତି ।

ଏଇଟା କ’ଣ ସତ? ୱାଘା ସୀମା ଫାଟକ ନିକଟରେ ଅଂଜୁଙ୍କୁ ବାଟ କଢ଼ାଇ ଦେବାକୁ ଆସିଥିବା ନସରୁଲ୍ଲା ପାକ୍‌ ଗଣମାଧ୍ୟମକୁ କହିଛନ୍ତି, ପିଲାପିଲିଙ୍କୁ ଦେଖିବା ପାଇଁ ଯାଇଥିବା ଅଂଜୁ ପାକିସ୍ତାନକୁ ଫେରିବେ କି ନା’, ସେ ଜାଣନ୍ତି ନାହିଁ । ଅଂଜୁଙ୍କ ମର୍ଜି ଉପରେ ସବୁକିଛି ନିର୍ଭର କରୁଛି ।