ମୋଦୀଙ୍କ ଚଉକି ଟଳମଳ: ବଦଳିଯିବ ବିଜେପି ଚେହେରା

ସମସ୍ତଙ୍କ ଦୃଷ୍ଟି ଡିସେମ୍ବର ୩ ତାରିଖ ଉପରେ । ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଭବିଷ୍ୟତ ନିର୍ଭର କରୁଛି । ଦୁଇଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀଙ୍କ ମନରେ ଚଉକି ପ୍ରତି ସେତେଟା ମମତା ନଥିବ ବୋଲି ଆମେ ଭାବୁଛୁ । କିନ୍ତୁ ପ୍ରଧାନମନ୍ତ୍ରୀ ଚଉକି ହାତରୁ ଖସିଯିବା କ୍ଷଣି ମୋଦୀଙ୍କ ଉପରେ ପାହାଡ଼ ଖସିବା ଆରମ୍ଭ ହୋଇଯିବ । ପ୍ରଧାନମନ୍ତ୍ରୀ କ୍ଷମତାରେ ରହି ସେ ଯୋଉ ନେତାଙ୍କୁ ଯୋଉ ଚୋଟ ପକାଇଛନ୍ତି । ସେମାନେ ମୋଦୀଙ୍କୁ ଶାନ୍ତିରେ ରହିବାକୁ ଦେବେଟି?

ସବୁଠାରୁ ବଡ଼କଥା ହେଉଛି, ମୋଦୀ-ଶାହଙ୍କ ରାଜନୀତି ପଶାପାଲି ଉପରେ ଆଉ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଭରସା କରିପାରୁନି । ଶାହଙ୍କ କେତୋଟି ଗୋଟିଚାଳନା ଅଂଶୀଦାର ମୋଦୀଙ୍କୁ ବିଚଳିତ କରିଛି । ତାକୁ ବାଦ ଦେଲେ, ନିର୍ବାଚନ ସଭାରେ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବହୁତ କିଛି ତ୍ରୁଟି କରି ପକାଇଛନ୍ତି ଯାହାକୁ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି ସଂଘ ପ୍ରମୁଖ ମୋହନ ଭାଗବତ ।

ମୋଦୀଙ୍କ ପିଠିରେ ବସି ୧୦ ବର୍ଷ କାଳ ଶାସନ କରିବା ପରେ ଏବେ ବାବୁ ମୋହନ କାହାକୁ ଘୋଡ଼ା କରିବେ, ତାହା ଦେଖିବାକୁ ବାକି ରହିଲା ।