ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ଅର୍ଶି ଖାନ

ମୁମ୍ବାଇ: ଅଭିନେତ୍ରୀ ଅର୍ଶି ଖାନ ଦୁର୍ଘଟଣାର ଶିକାର ହୋଇଛନ୍ତି । ଅର୍ଶି ଖାନଙ୍କ ଦୁର୍ଘଟଣା ଦିଲ୍ଲୀର ମାଲବୀୟ ନଗରରେ ହୋଇଛି । ଦୁର୍ଘଟଣା ପରେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅର୍ଶି ଖାନ ଦୁର୍ଘଟଣାଗ୍ରସ୍ତ ହେବାକ୍ଷଣି ତାଙ୍କ ଗାଡିର ଏୟାରବେଗ ଖୋଲି ଯାଇଥିଲା । ଯାହାଫଳରେ ଅଭିନେତ୍ରୀ ଏକ ବଡ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ । ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ତାଙ୍କ ମୁଣ୍ଡରେ ସମାନ୍ୟ ଯନ୍ତ୍ରଣା ରହିଛି ବୋଲି ସୂଚନା ମିଳିଛି । ଅର୍ଶି ଖାନ ବିଗବସ-୧୧ର ପ୍ରତିଦ୍ୱନ୍ଦୀ ରହିସାରିଛନ୍ତି । ଏଥିସହିତ ସେ ସିନେମା ଓ ଟେଲିଭିଜନ ଧାରାବାହିକରେ ବି ନଜର ଆସିଛନ୍ତି । ବିଗବସ-୧୪ ସେ ଚ୍ୟାଲେଞ୍ଜର ରୋଲରେ ନଜର ଆସିଥିଲେ