ଆସନ୍ତାବର୍ଷ ଭାରତରେ ହେବ ଆଇପିଏଲ!

ମୁମ୍ବାଇ : ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ହେତୁ ଦୁଇ ବର୍ଷ ଧରି ଆଇପିଏଲ୍‌କୁ ୟୁଏଇ ସ୍ଥାନାନ୍ତର କରିବାକୁ ପଡିଥିଲା । ୨୦୨୨ ସଂସ୍କରଣ କିନ୍ତୁ ଭାରତରେ ଖେଳାଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ସାହା କହିଛନ୍ତି । ମୁଁ ଜାଣିଛି ସଭିଏଁ ଅପେକ୍ଷା କରିଛନ୍ତି ଚେପକରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମ୍ୟାଚକୁ । ଆଇପିଏଲର ୧୫ତମ ସଂସ୍କରଣ ଭାରତରେ ଖେଳାଯିବ । ଏହାସହ ସେ କହିଥିଲେ ଯେ, ମହେନ୍ଦ୍ର ସିଂହ ଧୋନି ଥିବା ଚେନ୍ନାଇ ସୁପର୍‌କିଙ୍ଗ୍ସକୁ କେବେ ହାଲକାରେ ନେଇ ହେବ ନାହିଁ ବୋଲି ମତ ଦେଇଥିଲେ ।