ଟିଏମସି ସାଂସଦଙ୍କୁ ଭେଟିଲେ ଅମିତ୍‌ ଶାହା

ନୂଆଦିଲ୍ଲୀ : ପୋଲିସର ବର୍ବରତା ଏବଂ ଆକ୍ରମଣର ଅଭିଯୋଗ ନେଇ ସୋମବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଛନ୍ତି ଟିଏମସିର ସାଂସଦଙ୍କ ଏକ ପ୍ରତିନିନିଧି ଦଳ । ଅଭିଯୋଗ ଉପରେ ବିଚାର କରି ଶାହ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ରାଜନୈତିକ ହିଂସା ସଂପର୍କିତ ଘଟଣାର ରିପୋର୍ଟ ମାଗିଛନ୍ତି । ତୃଣମୂଳ ସାଂସଦ କହିଛନ୍ତି ନିର୍ବାଚନ ପ୍ରଚାର ସମୟରେ ବିଜେପିର କାର୍ଯ୍ୟକର୍ତ୍ତା ଟିଏମସିର କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏହାକୁ ଦଳ ବିରୋଧ କରୁଛି ।

ରାଜ୍ୟରେ ମ୍ୟୁନିସିପାଲଟି ନିର୍ବାଚନ ମସୟରେ ଟିଏମସି ଏବଂ ବିଜେପି ଦୁଇ ଦଳର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅନେକ ସଂଘର୍ଷ ଘଟି ସାରିଲାଣି । ଟିମଏସି ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିରୋଧରେ ନାରାବାଜି କରିବା ସହ ଶାହାଙ୍କୁ ଭେଟିବାକୁ ସମୟ ମାଗିଥିଲେ । ତୃଣମୂଳ ନେତା ସୌଗାତ ରୟ କହିଛନ୍ତି, ତ୍ରିପୁରାରେ ଘଟୁଥିବା ହିଂସା ଉପରେ ଶାହା ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଉଭୟଙ୍କୁ ଜବାବ ଦେବା ଉଚିତ । ରୟ ତ୍ରିପୁରାରେ ଯୁବ ନେତା ସୁଶ୍ରୀ ଘୋଷଙ୍କ ଗିରଫଦାରୀର ନିନ୍ଦା କରିଛନ୍ତି । ବିପେପି ଶାସିତ ତ୍ରିପୁରାରେ ଅବ୍ୟବସ୍ଥା ଏବଂ ଅରାଜକତାର ସ୍ଥିତି ଥିବା ସେ କହିଛନ୍ତି ।