୨୦୦ କୋଟି ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଜାମିନ

ଡେସ୍କ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଆଜି ଦିଲ୍ଲୀର ଏକ କୋର୍ଟ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲିକ୍ ଏହି ଜାମିନ ପ୍ରଦାନ କରିଛନ୍ତି। ଅଗଷ୍ଟ ୩୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଦାଖଲ ହୋଇଥିବା ଅତିରିକ୍ତ ଚାର୍ଜସିଟ୍ ବିଷୟ ବିଚାରକୁ ନେଇ ଅଭିନେତ୍ରୀଙ୍କୁ କୋର୍ଟରେ ହାଜର ହେବାକୁ କହିଥିଲେ।  ପୂର୍ବରୁ ଅନେକ ଥର ପଚରାଉଚୁରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଡକାଯାଇଥିବା ଫର୍ଣ୍ଣାଣ୍ଡିଜଙ୍କୁ ଅତିରିକ୍ତ ଚାର୍ଜସିଟରେ ପ୍ରଥମ ଥର ପାଇଁ ଅଭିଯୁକ୍ତ ଭାବେ ନାମିତ କରାଯାଇଥିଲା। ଇଡି ପୂର୍ବରୁ ଦାଖଲ କରିଥିବା ଚାର୍ଜସିଟରେ ତାଙ୍କୁ ଅଭିଯୁକ୍ତ ଭାବରେ ଉଲ୍ଲେଖ କରିନଥିଲା।