ଅଗରକର ଦିଲ୍ଲୀ କ୍ୟାପିଟାଲ୍ସ ସହାୟକ କୋଚ୍

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଫାଷ୍ଟ ବୋଲର୍ ଅଜିତ ଅଗରକରଙ୍କୁ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ସହାୟକ କୋଚ୍ ନିଯୁକ୍ତ କରିଛି । ଗୁରୁବାରଠାରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜ୍‌ରେ କମେଣ୍ଟ୍ରି ପାଇଁ ଚୁକ୍ତିବଦ୍ଧ ଅଗରକର ଏହି କାର୍ଯ୍ୟଭାର ଶେଷ ପରେ ଟିମ୍‌ର ଯୋଗଦେବେ। ଟିମ୍ ପକ୍ଷରୁ ଜାରି ଏକ ବୟାନରେ ଅଗରକର କହିଛନ୍ତି, ‘ଚଳିତ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶବିଶେଷ ହୋଇ ମୁଁ ବିଶେଷ ରୋମାଞ୍ଚିତ । ଖେଳାଳି ପରେ ଏବେ ଅନ୍ୟ ଭୂମିକାରେ ପ୍ରତ୍ୟାବର୍ତ୍ତନ କରିଥିବାରୁ ମୁଁ ବହୁ ଭାଗ୍ୟଶାଳୀ ।

ଆମ ପାଖରେ ଯୁବ ଖେଳାଳିଙ୍କ ଏକ ଉନ୍ନତ ଟିମ୍ ରହିଛି, ଯାହାର ନେତୃତ୍ୱ ବିଶ୍ୱର ଅନ୍ୟତମ ପ୍ରତିଭାଶାଳୀ ଖେଳାଳି ଋଷଭ ପନ୍ତ୍ କରୁଛନ୍ତି । ସେ ଆହୁରି କହିଛନ୍ତି ‘ମୁଖ୍ୟ କୋଚ୍ ରିକି ପଣ୍ଟିଂଙ୍କ ସହ କାମ କରିବାକୁ ନେଇ ମୁଁ ବିଶେଷ ଉତ୍ସୁକ । ଭାରତ ପକ୍ଷରୁ ଖେଳି ୪୪ ବର୍ଷୀୟ ଅଗରକର ୨୮୮ ଦିନିକିଆ ଏବଂ ୫୮ ଟେଷ୍ଟ ୱିକେଟ୍ ହାସଲ କରିଛନ୍ତି । ସେ ରିକି ପଣ୍ଟିଂ, ପ୍ରବୀଣ ଆମ୍ରେ (ସହାୟକ କୋଚ୍‌) ଓ ଗେମ୍ସ ହୋପ୍ସ (ବୋଲିଂ କୋଚ୍‌) ସାମିଲ ଥିବା ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ଷ୍ଟାଫ୍‌ରେ ଯୋଗଦେବେ ।