ୟୁକ୍ରେନକୁ ତିନି ପଟରୁ ଆକ୍ରମଣ କରୁଛି ରୁଷ

ମସ୍କୋ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି, ୟୁକ୍ରେନକୁ ତିନି ପଟରୁ ଆକ୍ରମଣ କରୁଛି ରୁଷ । ଯୁଦ୍ଧକୁ ନେଇ ଆସିଛି ବଡ଼ ଖବର । ରୁଷ ଆକ୍ରମଣରେ ୟୁକ୍ରେନର ୭ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହ ଆକ୍ରମଣରେ ୯ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତାହତ ନେଇ ୟୁକ୍ରେନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ୟୁକ୍ରେନର ରାଜଧାନୀ କିଭ ସହିତ ଅଲଗା ଅଲଗା ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମଧ୍ୟ ମିଳିଛି । ଏହାସହ ୟୁକ୍ରେନର airbase ଢୋଂଶ ନେଇ ସୂଚନ ମିଳୁଛି । ରୁଷକୁ ଜବାବ ଦେବାକୁ ଆଗେଇ ଆସିଛି ୟୁକ୍ରେନ୍ । ୟୁକ୍ରେନ ଆକାଶରେ ଦେଖିବାକୁ ମିଳିଛି ଫାଇଟର ପ୍ଲେନ । ଟକ୍କର ଦେବାକୁ ବାହାରକୁ ଆସିଛି ଫାଇଟର ଜେଟ୍ । ତୁର୍କୀଠାରୁ ସୈନ୍ୟ ସହଯୋଗ ମାଗିଛି ୟୁକ୍ରେନ୍ । ବିପଦ ବେଳେ ସହଯୋଗ ପାଇଁ ତୁର୍କୀକୁ ଅପିଲ କରିଛି ୟୁକ୍ରେନ୍ । ୟୁକ୍ରେନର ଏକାଧିକ ସହର ଉପରେ ମିଜାଇଲ ଆକ୍ରମଣ ହୋଇଥିବା ସୂଚନା ମଧ୍ୟ ମିଳୁଛି।