ୟୁକ୍ରେନର ସବୁ ଏୟାର୍ ବେସ୍ ଧ୍ୱଂସ ସହ ଦୁଇଟି ସହର କବଜା କଲା ରୁଷିଆ

ନୂଆଦିଲ୍ଲୀ: ୟୁକ୍ରେନର ସୀମାନ୍ତ ଲୁହାଂସ୍କର ଦୁଇଟି ସହର କବଜାକୁ ନେଇଥିବା ରୁଷିଆ ଦାବି କରିଛି । ୟୁକ୍ରେନର ସବୁ ଏୟାର୍ ବେସ୍ ଧ୍ୱଂସ ସହ ଦୁଇଟି ସହର କବଜା କୁ ନେଇଛି ରୁଷିଆ । ୟୁକ୍ରେନ ସୀମା ଭିତରେ ପଶି ରୁଷୀୟ ସ୍ଥଳସେନା ଆରମ୍ଭ କରିଛି ଧ୍ୱସ୍ତବିଧ୍ୱସ୍ତ ପରିସ୍ଥିତି । ଟ୍ୟାଙ୍କ ଓ ଯୁଦ୍ଧାସ୍ତ୍ର ସହ ପ୍ରବେଶ ନେଇ ୟୁକ୍ରେନ ବର୍ଡର୍ ଗାର୍ଡ ସ୍ୱୀକାର କରିଛନ୍ତି ।

ସେହିପରି ରୁଷିଆର ୫ଟି ଲଢ଼ୁଆ ବିମାନ ଖସାଇଥିବା ଦାବି କରିଛି ୟୁକ୍ରେନ୍ । ତନ୍ମଧ୍ୟରେ ୟୁକ୍ରେନର ପରିସ୍ଥିତି ଅନିଶ୍ଚିତତାପୂର୍ଣ୍ଣ ହୋଇଯାଇଛି । ବିଭିନ୍ନ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ।

ସୂଚନାଯୋଗ୍ୟ, ମିଲିଟାରୀ ଆକ୍ସନ୍ ପାଇଁ ନିର୍ଦ୍ଦେଶ ଦେବା ପରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି । ଏବେସୁଦ୍ଧା ଏହି ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଏହି ହମଲାରେ ୟୁକ୍ରେନର ସବୁ ଏୟାର୍ ବେସ୍ ଧ୍ୱଂସ କରିଦେଇଥିବା ଦାବି କରିଛି ରୁଷିୟା । ଏୟାର ବେସ୍ ଓ ଏୟାର ସିଷ୍ଟମ୍ ଧ୍ୱଂସ କରିଥିବା ଦାବି ହୋଇଛି ।