ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏମ୍ସ ନାଗପୁର ଜାତି ଉଦ୍ଦେଶ୍ୟରେ ସମର୍ପିତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏମ୍ସ ନାଗପୁରକୁ ଆଜି (୧୧-୧୨-୨୨) ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ନାଗପୁର ଏମ୍ସ ପ୍ରକଳ୍ପ ମଡେଲ ବୁଲି ଦେଖିବା ସହ ସେଠାରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ନିରୀକ୍ଷଣ କରିଛନ୍ତି ।

ଦେଶବ୍ୟାପୀ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ଫଳସ୍ୱରୂପ ଏମ୍ସ ନାଗପୁର ଜାତି ଉଦ୍ଦେଶ୍ୟରେ ସମର୍ପିତ ହେବା ଦ୍ୱାରା ଏହା ଆହୁରି ମଜବୁତ ହେବ । ୨୦୧୭ ଜୁଲାଇ ମାସରେ ଏହି ହସ୍‌ପିଟାଲର ଭିତ୍ତିପ୍ରସ୍ତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ଏହି ପ୍ରତିଷ୍ଠାନ ସ୍ଥାପିତ ହୋଇଛି ।

୧୫୭୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏମ୍ସ ନାଗପୁରରେ ଓପିଡି, ଆଇପିଡି, ନିରୂପଣ ସେବା, ଅସ୍ତ୍ରୋପଚାର କକ୍ଷ ସମେତ ଡାକ୍ତରୀ ଚିକିତ୍ସା ବିଜ୍ଞାନର ୩୮ଟି ବିଭିନ୍ନ ବିଭାଗ ରହିଛି । ଏହି ହସ୍‌ପିଟାଲ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ଗଡଚିରୋଲି, ଗୋଣ୍ଡିଆ ଓ ମେଲଘାଟ ଭଳି ଆଦିବାସୀ ଅଧୁଷିତ ଅଞ୍ଚଳର ବରଦାନ ସଦୃଶ ।

ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକାନାଥ ସିନ୍ଧେ, ରାଜ୍ୟପାଳ ଶ୍ରୀ ଭଗତ ସିଂ ଖୋସିଆରୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତୀନ ଗଡକାରୀ ମଧ୍ୟ ଉପସ୍ଥିତ ଥିଲେ ।

 

*****

SM/SLP