ଭାରତର ଜି – ୨୦ ଅଧ୍ୟକ୍ଷତା ଅନ୍ତର୍ଗତ ଅର୍ଥ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକର ଉପ ପ୍ରମୁଖ ମାନଙ୍କର ପ୍ରଥମ ବୈଠକ ମଙ୍ଗଳବାର ଠାରୁ ବେଙ୍ଗାଲୁରୁ ଠାରେ ଆରମ୍ଭ ହେବ

ଜି – ୨୦ ଅର୍ଥ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକର ଉପ ପ୍ରମୁଖ (ଏଫ୍‌ସିବିଡି) ମାନଙ୍କର ପ୍ରଥମ ବୈଠକ ୧୩ – ୧୫ ଡିସେମ୍ବର ୨୦୨୨ ମଧ୍ୟରେ ବେଙ୍ଗାଲୁରୁ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକ, ଯାହା ଭାରତୀୟ ଜି – ୨୦ ଅଧ୍ୟକ୍ଷତା ଅନ୍ତର୍ଗତ ଅର୍ଥ ଟ୍ରାକ୍ ଏଜେଣ୍ଡା ଉପରେ ଚର୍ଚ୍ଚାର ଆରମ୍ଭକୁ ଉଲ୍ଲେଖ କରିଥାଏ, ଅର୍ଥ ମନ୍ତ୍ରଣାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ମିଳିତ ଭାବରେ ଆୟୋଜିତ କରାଯିବ ।

ଜି – ୨୦ ଦେଶ ଗୁଡିକର ଅର୍ଥ ମନ୍ତ୍ରୀ ମାନଙ୍କର ଏବଂ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ମାନଙ୍କ ନେତୃତ୍ୱରେ ଜି – ୨୦ ଅର୍ଥ ଟ୍ରାକ୍‌, ଆର୍ଥନୈତିକ ଏବଂ ବିତ୍ତୀୟ ପ୍ରସଙ୍ଗ ଗୁଡିକ ଉପରେ କେନ୍ଦ୍ରିତ ଅଟେ । ବିଶ୍ୱ ଆର୍ଥିକ ଆଲୋଚନା ଏବଂ ନୀତି ସମନ୍ୱୟ ନିମନ୍ତେ ଏହା ଏକ ପ୍ରଭାବଶାଳୀ ମଂଚ ପ୍ରଦାନ କରିଥାଏ । ଅର୍ଥ ମନ୍ତ୍ରୀ ମାନଙ୍କର ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକର ଗଭର୍ଣ୍ଣର ମାନଙ୍କର ପ୍ରଥମ ବୈଠକ ୨୦୨୩ ମସିହା ଫେବୃୟାରୀ ମାସ ୨୩ – ୨୫ ମଧ୍ୟରେ ଅନୁଷ୍ଠିତ ହେବ ।

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଲି ଠାରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ନିଜର ସମ୍ବୋଧନରେ କହିଥିଲେ ଯେ, ଆଜି ବିକାଶର ଲାଭ ଯେପରି ସାର୍ବଭୌମିକ ଏବଂ ସର୍ବ – ସମାବେଶୀ ହେବ ତାହାର ଆବଶ୍ୟକତା ରହିଛି । ଅର୍ଥ ମନ୍ତ୍ରଣାଳୟ ଏହି ଧାରଣାକୁ ଜି – ୨୦ ଅର୍ଥ ଟ୍ରାକ୍ ଏଜେଣ୍ଡାରେ ସାମିଲ୍ କରିଛି । ସେ ଆମକୁ ଏକ ଦୃଷ୍ଟିକୋଣ ମଧ୍ୟ ଦେଇଛନ୍ତି, ଭାରତ ଏହା ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରିବ ଯେ, ଜି – ୨୦ ଆସନ୍ତା ଏକ ବର୍ଷରେ ନୂତନ ବିଚାର ଗୁଡିକର ପରିକଳ୍ପନା କରିବ ଏବଂ ସାମୂହିକ କାର୍ଯ୍ୟରେ ଦ୍ରୁତ ଗତି ଆଣିବା ନିମନ୍ତେ ଏକ ବିଶ୍ୱ ସ୍ତରୀୟ “ସର୍ବାଧିକ ପ୍ରମୁଖ ଶକ୍ତି” ରୂପରେ କାର୍ଯ୍ୟ କରିବ ।

ଜି – ୨୦ ଅର୍ଥ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକର ଉପ – ପ୍ରମୁଖ ମାନଙ୍କର ଆଗାମୀ ବୈଠକକୁ ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ, ଶ୍ରୀ ଅଜୟ ସେଠ, ଏବଂ ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର, ଡଃ ମାଇକେଲ୍ ଡି ପାତ୍ର ମିଳିତ ଭାବେ ଅଧ୍ୟକ୍ଷତା କରିବେ । ଏହି ଦୁଇ ଦିବସୀୟ ବୈଠକରେ ଜି – ୨୦ ସଦସ୍ୟ ଦେଶ ଗୁଡିକର ଏବଂ ଅନ୍ୟ କେତେକ ଦେଶ ତଥା ଅନ୍ତରାଷ୍ଟ୍ରୀୟ ସଙ୍ଗଠନ ଗୁଡିକର ସମକକ୍ଷ ମାନେ ଅଂଶ ଗ୍ରହଣ କରିବେ, ଯାହାକୁ ଭାରତ ପକ୍ଷରୁ ଆମନ୍ତ୍ରିତ କରା ଯାଇଛି ।

ଜି – ୨୦ ଅର୍ଥ ଟ୍ରାକ୍ ଅନୁଯାୟୀ ବିଶ୍ୱ ସ୍ତରୀୟ ଅର୍ଥ ବ୍ୟବସ୍ଥାର ପ୍ରମୁଖ ପ୍ରାସଙ୍ଗିକ ବିଷୟ ଗୁଡିକ ଉପରେ ଆଲୋଚନା ହେବ, ଯେଉଁଥିରେ ବିଶ୍ୱ ଆର୍ଥିକ ଦୃଷ୍ଟିକୋଣ, ଅନ୍ତର୍ଜାତୀୟ ଆର୍ଥିକ ସଂରଚନା, ଭିତ୍ତିଭୂମି ବିକାଶ ଏବଂ ଆର୍ଥିକ ସହାୟତା, ସ୍ଥାୟୀ ଅର୍ଥ, ବିଶ୍ୱ ସ୍ୱାସ୍ଥ୍ୟ, ଅନ୍ତର୍ଜାତୀୟ ଟିକସ ଏବଂ ଆର୍ଥିକ ସମାବେଶ ସହିତ ଆର୍ଥିକ କ୍ଷେତ୍ର ବିଷୟ ସାମିଲ୍ ଅଟେ ।

ବେଙ୍ଗାଲୁରୁ ଠାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ବିଚାର – ବିମର୍ଶ, ଭାରତର ଜି- ୨୦ ଅଧ୍ୟକ୍ଷତା ଅନୁସାରେ ଅର୍ଥ ଟ୍ରାକ୍‌ର ଏଜେଣ୍ଡା ଉପରେ କେନ୍ଦ୍ରିତ ହେବ । ଏକ ବିଂଶ ଶତାବ୍ଦୀର ଅଂଶୀଦାରିତ ବିଶ୍ୱ ସ୍ତରୀୟ ଆହ୍ୱାନ ଗୁଡିକୁ ସାମନା କରିବା ନିମନ୍ତେ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଗୁଡିକୁ ପୁଣି ଥରେ ଉନ୍ମୁଖ କରିବା, ଭବିଷ୍ୟତର ସହର ଗୁଡିକୁ ଆର୍ଥିକ ସହ୍ରାୟତା ପ୍ରଦାନ କରିବା, ବିଶ୍ୱ ସ୍ତରୀୟ ଋଣ ଦୁର୍ବଳତାର ପରିଚାଳନା କରିବା, ଆର୍ଥିକ ଅନ୍ତର୍ଭୁକ୍ତିକୁ ବୃଦ୍ଧି କରିବା ଏବଂ ଉତ୍ପାଦକତା ଲାଭକୁ ବୃଦ୍ଧି କରିବା, ଜଳବାୟୁ କାର୍ଯ୍ୟକଳାପ ଏବଂ ଏସ୍‌ଡିଜି ନିମନ୍ତେ ଆର୍ଥିକ ସହାୟତା, କ୍ରିପ୍ଟୋ ସମ୍ପତିକୁ ନେଇ ସମସ୍ୟା ପାଇଁ ବିଶ୍ୱ ସ୍ତରୀୟ ସମନ୍ୱିତ ଦୃଷ୍ଟିକୋଣ ଏବଂ ଅନ୍ତର୍ଜାତୀୟ ଟିକସ ଏଜେଣ୍ଡାକୁ ଆଗକୁ ବୃଦ୍ଧି କରିବା ଇତ୍ୟାଦି ଏଥିରେ ସାମିଲ୍ ହେବ ।

ବୈଠକ ସମୟରେ, ଏକ ବିଂଶ ଶତାବ୍ଦୀର ଅଂଶୀଦାରିତ ବିଶ୍ୱ ସ୍ତରୀୟ ଆହ୍ୱାନ ଗୁଡିକର ସମାଧାନ ନିମନ୍ତେ ବହୁପକ୍ଷୀୟ ବିକାଶ ବ୍ୟାଙ୍କ ଗୁଡିକର ସଶକ୍ତିକରଣ ବିଷୟ ଉପରେ ଏକ ପ୍ୟାନେଲ୍ ଆଲୋଚନା ଆୟୋଜିତ କରାଯିବ । ‘ସବୁଜ ଆର୍ଥିକ ସହାୟତାରେ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକର ଭୂମିକା’ ଉପରେ ଏକ ସେମିନାର ମଧ୍ୟ ଆୟୋଜିତ କରାଯିବ ।

ଭାରତର ଜି – ୨୦ ଅଧ୍ୟକ୍ଷତାର ବିଷୟ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ଜି ୨୦ ଅର୍ଥ ଟ୍ରାକ୍ ଆଲୋଚନା ଗୁଡିକୁ ମାର୍ଗ ଦର୍ଶନ କରିବ । ଅର୍ଥ ଟ୍ରାକ୍ ଶୃଙ୍ଖଳାର ପାଖାପାଖି ୪୦ଟି ବୈଠକ ଭାରତର ବିଭିନ୍ନ ସ୍ଥାନ ଗୁଡିକରେ ଆୟୋଜିତ ହେବ, ଯେଉଁଥିରେ ଜି – ୨୦ର ଅର୍ଥ ମନ୍ତ୍ରୀ ମାନଙ୍କର ଏବଂ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ମାନଙ୍କର ବୈଠକ ମଧ୍ୟ ସାମିଲ୍ ଅଟେ । ଜି – ୨୦ ଅର୍ଥ ଟ୍ରାକ୍ ଅନ୍ତର୍ଗତ ହେବାକୁ ଥିବା ବିଚାର – ବିମର୍ଶ, ଅନ୍ତତଃ: ଜି ୨୦ ରାଜନେତା ମାନଙ୍କ ଘୋଷଣାରେ ପରିଲକ୍ଷିତ ହେବ ।

ବର୍ତ୍ତମାନ ସମୟର ବିଭିନ୍ନ ପ୍ରକାରର ଆହ୍ୱାନ ଗୁଡିକ ମଧ୍ୟରେ ଭାରତ ଜି – ୨୦ର ଅଧ୍ୟକ୍ଷତାକୁ ଗ୍ରହଣ କରିଛି, ଯେଉଁଥିରେ କୋଭିଡ୍ – ୧୯ ମହାମାରୀ ଦ୍ୱାରା ହୋଇଥିବା କ୍ଷତି, ତୀବ୍ର ଭୌଗୋଳିକ ରାନନୈତିକ ତିକ୍ତତା, ଖାଦ୍ୟ ଏବଂ ଶକ୍ତି ସୁରକ୍ଷାକୁ ନେଇ ବୃଦ୍ଧି ପାଉଛିବା ଚିନ୍ତା, ବୃଦ୍ଧି ପାଉଥିବା ଋଣ ଚିନ୍ତା, ମୁଦ୍ରାସ୍ଫୀତିର ଚାପ ଏବଂ ମୁଦ୍ରା ସମସ୍ୟା ସାମିଲ୍ ଅଟେ । ଜି – ୨୦ର ଏକ ପ୍ରମୁଖ ଭୂମିକା ହେଉଛି, ଏଭଳି ଆହ୍ୱାନ ଗୁଡିକୁ ସାମନା କରିବା ପାଇଁ ମାର୍ଗ ଦର୍ଶନ ପ୍ରଦାନ କରିବା ।

ଭାରତର ଜି – ୨୦ ଅଧ୍ୟକ୍ଷତା ସମୟରେ , ସବୁଠାରୁ ଅଧିକ ଆବଶ୍ୟକ କରୁଥିବା ଦେଶ ଗୁଡିକୁ ସମର୍ଥନ କରିବା ଏବଂ ବିକ।ଶଶୀଳ ଦେଶ ଗୁଡିକର ଚିନ୍ତା ଏବଂ ଆଶା ଗୁଡିକୁ ପ୍ରତିଫଳିତ କରିବା ଇତ୍ୟାଦି ଜି – ୨୦ର ପ୍ରୟାସରେ ସବୁଠାରୁ ଗରୁତ୍ୱପୂର୍ଣ୍ଣ ହେବ । ଅର୍ଥ ମନ୍ତ୍ରଣାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଜି – ୨୦ ଅର୍ଥ ଟ୍ରାକ୍ ଏଜେଣ୍ଡାକୁ ଅନ୍ତର୍ଭୁକ୍ତିକରଣ ଉପାୟରେ ଆଗକୁ ବଢ଼ାଇବ, ଯାହାର ଉଦ୍ଦେଶ୍ୟ ହେଉଛି ଆଜିର ବିଶ୍ୱ ସ୍ତରୀୟ ଆର୍ଥିକ ଆବଶ୍ୟକତା ଗୁଡିକୁ ପୂରଣ କରିବା ସହିତ ଉନ୍ନତ ଭବିଷ୍ୟତ ଗଠନ କରିବା ।