ଇଡି ଜାଲରେ ଐଶ୍ୱର୍ଯ୍ୟା

ନୂଆଦିଲ୍ଲୀ : ପାନାମା ପେପର୍ସ ମାମଲାରେ ଇଡିରେ ହାଜର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ପୂର୍ବରୁ ଐଶ୍ୱର୍ଯ୍ୟାଙ୍କ ୁସମନ୍‌ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି ସମନ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜର ହୋଇଛନ୍ତି ଐଶ୍ୱର୍ଯ୍ୟା । ପୂର୍ବରୁ ଅଭିଷେକ ବଚ୍ଚନଙ୍କୁ ମଧ୍ୟ ସମନ ଜାରି କରିଥିଲା ଇଡି । ଗତ ନଭେମ୍ବର ୯ତାରିଖରେ ଐଶ୍ୱର୍ଯ୍ୟାଙ୍କୁ ନୋଟିସ ଜାରି କରିବା ସହ ୧୫ ଦିନ ମଧ୍ୟରେ ହାଜର ହେବାପାଇଁ କୁହାଯାଇଥିଲା ।

କିନ୍ତୁ ସେ ହାଜର ନହୋଇ ଇମେଲ ଜରିଆରେ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ପାନାମା ପେପର୍ସ ଲିକ ଘଟଣା ଜର୍ମାନୀର ଏକ ଗଣମାଧ୍ୟମରେ ଗତ ୨୦୧୬ ମସିହାରେ ପ୍ରକାଶ ପାଇଥିଲା । ଏଥିରେ ସାରା ଦେଶର ବଡ ବଡ ବ୍ୟବସାୟୀ, ସେଲିବ୍ରିଟିଙ୍କ ନାଁ ଆସିଥିଲା । ପାନାମା ପେପର୍ସ ଲିକ ଘଟଣାରେ ପ୍ରାୟ ୩୦୦ ଭାରତୀୟଙ୍କ ନାଁ ସାମିଲ ଥିଲା ।