ଯୋଗୀଙ୍କୁ ଶୁଭେଚ୍ଛା ସହ ଟାର୍ଗେଟ କଲେ ଅଖିଳେଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବୃହତ୍ତ ବିଜୟ ସହ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଯୋଗୀଙ୍କ ସମେତ ତାଙ୍କ କ୍ୟାବିନେଟର ୨ ଉପମୁଖ୍ୟମନ୍ତ୍ରୀ, ୧୮ କ୍ୟାବିନେଟ ମନ୍ତ୍ରୀ, ୧୪ ରାଜ୍ୟ ମନ୍ତ୍ରୀ ଓ ୧୮ ରାଜ୍ୟ ମନ୍ତ୍ରୀ ଶପଥ ନେଇଛନ୍ତି । ଏହି ଅବସରରେ ବିରୋଧୀ ଦଳ ନେତା ଅଖିଳେଶ ଯାଦବ ଶୁଭେଚ୍ଛା ଜଣାଇବା ସହ ଯୋଗୀ ସରକାରଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି । ଅଖିଳେଶ ଟ୍ୱିଟ କରି କହିଛନ୍ତି ଯେ ଶପଥ କେବଳ ସରକାର ଗଢିବା ପାଇଁ ନୁହେଁ, ପ୍ରକୃତରେ ଜନତାଙ୍କ ସେବା କରିବା ଲାଗି ନେବା ଉଚିତ ।