ପୋଲାଣ୍ଡରୁ ପୁଟିନଙ୍କୁ ଚେତାବନୀ ଦେଲେ ବାଇଡେନ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଥମିବାର ନା ନେଉନାହିଁ । ଦୀର୍ଘ ଏକ ମାସରୁ ଅଧିକ ସମୟ ହେବ ଏହି ଲଢେଇ ଚାଲିଛି । ଏହି ପରିପ୍ରେକ୍ଷୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇକେଡ କଡା ଚେତାବନୀ ଦେଇଛନ୍ତି । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନେଇ ପୋଲାଣ୍ଡରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ନାଟୋ ସମୂହର ରାଷ୍ଟ୍ରମାନେ ଏକାଠି ହାତ ମିଶାଇଛନ୍ତି । ରୁଷିଆ ଗଣତନ୍ତ୍ରର ଗଳା କାଟୁଛି । ୟୁକ୍ରେନ ନିଜର ସ୍ୱାଧୀନତା ପାଇଁ ଲଢେଇ କରୁଛି । ୟୁକ୍ରେନ ସହିତ ଆମେରିକା ସବୁବେଳେ ଛିଡା ହୋଇଛି । ବାଇଡେନ କହିଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷିଆ ପାଖରେ କୌଣସି ଯୁକ୍ତିଭିତ୍ତିକ କାରଣ ନାହିଁ ।

ସେହିପରି ସମ୍ବୋଧନ ସମୟରେ ବାଇଡେନ ୟୁକ୍ରେନକୁ ଆଥିର୍କ ସହାୟତା ଦେବା ଲାଗି ଘୋଷଣା କରିଛନ୍ତି । ସେ କହିଛନ୍ତି ଏହି ଅମାନୁଷିକତା ଆକ୍ରମଣ ପାଇଁ ରୁଷିଆ ଦାୟୀ । ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ସବୁ ଦେଶ ମିଶି ୟୁକ୍ରେନକୁ ସହଯୋଗ କରନ୍ତୁ । ନାଟୋ ରୁଷିଆ ପାଇଁ ବିପଦ ନାହିଁ । ନାଟୋ ସୀମା ଅତିକ୍ରମ କରିବା କଥା ରୁଷିଆ ଚିନ୍ତା ନ କରୁ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି ।