ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଅକ୍ଷରଙ୍କୁ ୫ ୱିକେଟ୍‌

କାନପୁର : କାନୁପରରେ ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ପ୍ରଭାବ ବିସ୍ତାର କରିଛି ଭାରତ । ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ୨୯୬ ରନରେ ଅଲଆଉଟ ହୋଇଛି । ତୃତୀୟ ଦିନରେ କମାଲ କରିଥିଲେ ଭାରତୀୟ ସ୍ପିନର । ଅକ୍ଷର ପଟେଲ ୫ ୱିକେଟ ନେଇ କ୍ୱିୱି ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ନ୍ୟୁଜିଲାଣ୍ଡ ୨୯୬ରେ ଅଲଆଉଟ ହୋଇଯାଇଥିଲା । ଅକ୍ଷର ପଟେଲ ଘାତକ ବୋଲିଂ କରି ନ୍ୟୁଜିଲାଣ୍ଡକୁ ହତାଶ କରିଛନ୍ତି । ସେ ୩୪ ଓଭର ବୋଲିଂ କରି ୬୨ରନ ଦେଇ ୫ ୱିକେଟ ନେଇଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ୩ ୱିକେଟ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ଓ ଉମେଶ ଯାଦବ ୧ ୱିକେଟ ନେଇଛନ୍ତି ।