ଭାରତ ପହଁଚିଲେ ଆଉ ୧୨ ଚିତା

ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବ ମାଷ୍ଟର ବିମାନରେ …..

ଭାରତ ପହଁଚିଲେ ଆଉ ୧୨ ଚିତା । ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବ ମାଷ୍ଟର ବିମାନରେ ଚିତାଙ୍କୁ ଦକ୍ଷିଣ ଆଫ୍ରିକାରୁ ଭାରତ ଅଣାଯାଇଛି। ସ୍ୱତନ୍ତ୍ର ବିମାନଟି ଆଜି ସକାଳ ପ୍ରାୟ ୧୦ଟା ୧୦ ମିନିଟରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ପହଁଚିଛି। ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ବାଘଙ୍କୁ କୁନୋ ନାସନାଲ ପାର୍କକୁ ନିଆଯାଇଛି। ପ୍ରାଣୀ ଉଦ୍ୟାନରେ ସ୍ୱତନ୍ତ୍ର ଭାବେ ନିର୍ମିତ ଏନକ୍ଲୋଜରରେ ବାଘଙ୍କୁ ରଖାଯିବ। ୨୦ଚିତାଙ୍କ ମଧ୍ୟରେ ୭ଟି ଅଣ୍ଡିରା ଏବଂ ୫ଟି ମାଇ ବାଘ ରହିଛନ୍ତି।